ନିଜସ୍ଵ ବୁଦ୍ଧି ଲଗାଇ ଯୁବକ ପିଲାମାନେ ନିଜ ଗାଁ ପାଇଁ ବ୍ରିଜ କାଠ ରେ ନିର୍ମିତ କରିଛନ୍ତି

0
253
ନିଜସ୍ଵ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା/ଏମାଲଗୁଡ଼ା, (୬/୨) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଗାଡ଼ି ସେଶକଲ ଅନ୍ତର୍ଭୁକ୍ତ ଏମାଲଗୁଡ଼ା ଗ୍ରାମରେ ନାଗାବଳୀ ନଦୀ ଉପରେ ଯୁବକ ସାଙ୍ଗ ପିଲାମାନେ ଓ ସମସ୍ତ ଗ୍ରାମ ର ସଦସ୍ୟ ମାନେ ମିଶି ନିଜସ୍ଵ ବୁଦ୍ଧି ଲଗାଇ ଏହି କାଠ ପୋଲଟି ନିର୍ମାଣ କରିଛନ୍ତି ।WhatsApp Image 2023 02 06 at 18.50.10 ନିଜସ୍ଵ ବୁଦ୍ଧି ଲଗାଇ ଯୁବକ ପିଲାମାନେ ନିଜ ଗାଁ ପାଇଁ ବ୍ରିଜ କାଠ ରେ ନିର୍ମିତ କରିଛନ୍ତି

ନିଜସ୍ଵ ବୁଦ୍ଧି ଲଗାଇ ଯୁବକ ପିଲାମାନେ ନିଜ ଗାଁ ପାଇଁ ବ୍ରିଜ କାଠ ରେ ନିର୍ମିତ କରିଛନ୍ତି । ଏହି ରାସ୍ତା ଦେଇ ଥେରୁବାଲି କୁ ସଂଯୋଗ ହେଇପାରିବ । ଏହି ରାସ୍ତା ଉପରେ ୧୦୦ଖଣ୍ଡ ଗ୍ରାମ ର ଲୋକ ମାନେ ଉପକୃତ ହୋଇପାରିବେ । ଯାହାକି ଜେକେପୁର ଦେଇ ଆସିଲେ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ । ଏହି କାର୍ଯ୍ୟକୁ ସତ୍ୟ, ଶ୍ୟାମସୁନ୍ଦର ପେଦେଣ୍ଟି, ଇଶ୍ଵର ସାହୁକାର, ସୁଶାନ୍ତ ପେଦେଣ୍ଟୀ, ବିଶି, ସମେଶ, ଏଙ୍କା, ବସନ୍ତ, ନରେନ୍ଦ୍ର, ଯୋଗେଶ ପେଦଣ୍ଟି, ରାନୁ, ମୁନା, ନୟକମା, ଚନ୍ଦ୍ର, ସୁନିଲ, ସାଙ୍ଗ, ଦାଡ଼ି, ସୁରେଶ ଏବଂ ଗ୍ରାମର ସମସ୍ତ ସଦସ୍ୟ ମାନେ ଏହି ରାସ୍ତା ବନାଇଛନ୍ତି । ସେମାନେ ନିଜେ ଗ୍ରାମ ର ଏକ ବ୍ରିଜ ନିର୍ମାଣ କରିବାକୁ କେତେ ଥର ଲେଖିଲେ ବି ତାହର କୌଣସି ସୁଫଳ ମିଳି ପାରିନଥିଲା । କୋଣସି ରାଜା ନେତା ଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁନି । କାଠ ପୋଲଟି ନାଗାବଳୀ ନଦୀ ଉପରେ ଯୁବକ ମାନେ ବ୍ରିଜ ନିର୍ମାଣ ର ଶୁଭ ଆରମ୍ଭ କରିଛନ୍ତି ।