ରାୟଗଡା ଜିଲ୍ଲାରେ ଡ଼ିସେମ୍ବର ୧୯ ତାରିଖରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

0
162
ରାୟଗଡା ଜିଲ୍ଲାରେ ଡ଼ିସେମ୍ବର

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୨୩/୧୧) : ରାୟଗଡା ଜିଲ୍ଲାରେ ଡ଼ିସେମ୍ବର ୧୯ ତାରିଖରୁ ଧାନ ମଣ୍ଡିରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ରେ ଏହା ସ୍ଥିର କରାଯାଇଛି।e3412eba e93f 4b74 891f 758efb4b1fb6 ରାୟଗଡା ଜିଲ୍ଲାରେ ଡ଼ିସେମ୍ବର ୧୯ ତାରିଖରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

ରାୟଗଡା ଜିଲ୍ଲାରେ ଡିସେମ୍ବର ୧୯ ତାରିଖ ରେ ମଣ୍ଡି ରେ ଯୋଗ୍ୟ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ର ଶୁଭାରମ୍ଭ କରାଯିବ। ଜିଲ୍ଲାରେ ଥିବା ୪୨ଗୋଟି ସଂପୃକ୍ତ ଧାନ ସଂଗ୍ରହ କେନ୍ଦ୍ର ରେ ଚାଷୀ ମାନେ ନିଜର ଧାନ ବିକ୍ରୟ କରିପାଇବେ। ଏଥିରେ ୧୪ ଗୋଟି ଲେମ୍ପ୍ ଜିଲ୍ଲା ପାଇଁ ଖରିଫ୍ ୨୦୨୨-୨୩ ବର୍ଷ ପାଇଁ ସରକାର ଙ୍କ ଦ୍ଵାରା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୮୮୭୪୬.୨୬୮ମେଟ୍ରିକ ଟନ ଧାନ ୨୦୪୮୨ ଯୋଗ୍ୟ ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି। ଧନ ବିକ୍ରୟ କରିବାର ତିନି ଦିନ ମଧ୍ୟରେ ପ୍ରାପ୍ୟ ଚାଷୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ l ଜିଲ୍ଲାର ସମସ୍ତ ଧାନ ସଂଗ୍ରହ ମଣ୍ଡି ରେ ଯୋଗ୍ୟ ଚାଷୀମାନେ ତାଙ୍କର ଧାନ ବିକ୍ରୟ କରିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହେବା ପାଇଁ ଜିଲ୍ଲାପାଳ ଶ୍ରୀମତି ଦେଵ ସିଂ ନିର୍ଦ୍ଦେଶ ଦେଇଥିଲେ । ମଣ୍ଡି ରେ ଧାନ ସଂଗ୍ରହ ପ୍ରକ୍ରିୟା କୁ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା ଯଥା ବସାବସି କରିବା ନିମନ୍ତେ ଅସ୍ଥାୟୀ ଟେଣ୍ଟ,ପିଇବା ପାଣି,ଜଗୁଆଳି, ଓ ତେରପୋଲୀନ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ lcc8f099b 90ca 4885 8749 f901b5677b10 ରାୟଗଡା ଜିଲ୍ଲାରେ ଡ଼ିସେମ୍ବର ୧୯ ତାରିଖରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

ଏହା ସହିତ କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଂଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବା ପାଇଁ ନିୟନ୍ତ୍ରିତ ବଜାର କମିଟି,ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଧାନ ବିକ୍ରୟ କ୍ଷେତ୍ରରେ କିଛି ଅସୁବିଧା ହେଲେ ଜିଲ୍ଲା କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷ ଫୋନ ନମ୍ବର ୯୪୩୮୨୦୦୦୫୭କୁ ଫୋନ ଯୋଗେ ଯୋଗା ଯୋଗ କରିପାରିବେ l ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀ ମାନଙ୍କୁ ସଚେତନ କରିବାକୁ ଜିଲାପାଳ ବୈଠକରେ କହିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ ମୁତାବକ ଏଏଫକ୍ୟୁ ମାନର ଧାନ କ୍ଵିଣ୍ଟାଲ ପିଛା ୨୦୪୦ଟଙ୍କା ଓ ୨୦୬୦ ଟଙ୍କା ରହିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରବି ନାରlୟଣ, ଉପ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ଯୋଗାଣ ଅଧିକାରୀ , କୃଷକ ମାନଙ୍କ ପ୍ରତିନିଧି , ମିଲରସ୍ ଆସୋସିଏସନ୍ ର କର୍ମକର୍ତ୍ତା, ଯୋଗାଣ ବିଭାଗ ଅଧିକାରୀ କର୍ମଚାରୀ, ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l