ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଷ୍ଟାକ୍ସ ଫୋର୍ସ କମିଟି ବୈଠକ

0
113
ସ୍ୱତନ୍ତ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୨) : ଫେବୃଆରୀ ୧୦ ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ତରଭା ବୈଠକ ପ୍ରକୋଷ୍ଠ ରେ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଓ ଜାତୀୟ କୃମି ନାଶକ ଦିବସ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 02 08 at 11.37.16 1 ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଷ୍ଟାକ୍ସ ଫୋର୍ସ କମିଟି ବୈଠକ

ଉକ୍ତ କର୍ମଶାଳା ରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱନେ ଅଧ୍ୟକ୍ଷତା କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ଆଶା କର୍ମୀ, ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଓ ପରିଦର୍ଶକ, ସିଡିପିଓ ସବିତା ଦୋରା, ଏ ବି ଇ ଓ ସତ୍ୟନାରାୟଣ ମହାପାତ୍ର, ସିଡିମ & ପି ଏଚ ଓ ଡ଼ା ବିଶ୍ବରଂଜନ ପତି, ଏଡି ପି ଏଚ ଓ (ଏଫ ଡବ୍ଲୁ ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ, ଡି ଏମ ଆର ସି ଏଚ ସୁଧାଂଶୁ ଶେଖର ନାୟକ ଓ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡ଼ା କ୍ଷିରୋଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୧୦ ତାରିଖ ରେ ଆରମ୍ଭ ହେବାକୁ ଥିବା ଏହି ସ୍ୱତନ୍ତ୍ର ଟୀକାକରଣ କାର୍ଯକ୍ରମ କୁ ସଫଳ କରାଇବା ନିମନ୍ତେ ଗୋଷ୍ଠୀ ସ୍ତରରେ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଯେପରି ଜଣେ ମଧ୍ୟ ହିତାଧିକାରୀ ଏହି କାର୍ଯ୍ୟକ୍ରମ ରୁ ବାଦ ନ ପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ତାଗିଦ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟ ରୁ ଆସିଥିବା ଡି ଏମ ଆର ସି ଏଚ ଶ୍ରୀ ନାୟକ ଉପସ୍ଥିତ କର୍ମୀ ମାନଙ୍କୁ ଏହି ଅଭିଯାନ ସମ୍ପକିତ ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯକ୍ରମ କୁ ବି ପି ଏମ -ଅଶୋକ କୁମାର ମିଶ୍ର, ପି ଏଚ ଇ ଓ -ଅମିତା ଚାନ୍ଦ ପରିଚାଳନା କରିଥିଲେ । ସଭା ଶେଷରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟ ରେ ଆସନ୍ତା ଫେବୃଆରୀ ୧୦, ୧୧,୧୩, ୧୪ ,୧୬, ୧୭, ୧୮ ତାରିଖ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ମାର୍ଚ୍ଚ ୧୧ ,୧୩ , ୧୪ , ୧୬, ୧୭, ୧୮ ,୨୦ ତାରିଖ ରେ ତରଭା ବ୍ଲକ ନିମନ୍ତେ ଅନୁଷ୍ଠିତ ହେବ । ଆଜିର ଏହି ବିଶେଷ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ରେ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।