ଆକ୍ସନ ମୁଡ଼ରେ ପଦ୍ମପୁର ପୋଲିସ, ୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

0
109
ଆକ୍ସନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୮/୨) : ଆକ୍ସନ ମୁଡ଼ରେ ପଦ୍ମପୁର ପୋଲିସ । ଦିନକୁଦିନ ସବୁଜ ଜହର, ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ।WhatsApp Image 2023 02 08 at 11.37.14 ଆକ୍ସନ ମୁଡ଼ରେ ପଦ୍ମପୁର ପୋଲିସ, ୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ରାୟଗଡ଼ା ଏସ ପି ଙ୍କ ସୂଚନା କ୍ରମେ ଆକ୍ସନ ମୁଡ଼ରେ ପଦ୍ମପୁର ପୋଲିସ । ଆଜି ପଦ୍ମପୁର ପୋଲିସର ଏକ ଟିମ୍ ଗଠନ କରି ଗଜପତି ଜିଲ୍ଲାର ମୋହନା ରୁ ପଦ୍ମପୁର ଅଭିମୁଖେ ଆସୁଥିବା ଚୋରା ଗଞ୍ଜେଇ, ଜବତ କରିବାରେ ସକ୍ଷମ ହୋଇଛି । ରାୟଗଡ଼ା ଏସ ପି, ଗୁଣପୁର ଏସ ଡି ପି ଓ ଙ୍କ ତତ୍ତ୍ଵାବଧାନରେ ଏସ୍ ଆଇ ଛଵିନ୍ଦ୍ର ସେଠି ଓ ତାଙ୍କ ଟିମ୍ ସଫଳତାର ସହ ଚଢ଼ାଉ କରି ୫୦୦ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ରାଜି କୁମାର ଓ ଗୋପିନାଥ ଦୁଇଜଣ କେରଳ ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୫୦୦ କେଜି ଗଞ୍ଜେଇ ,ଏକ ଟ୍ରକ ନମ୍ବର ( KA51 – C 1683 ), ୧୮୨୦ ଟଙ୍କା , ଏକ ମୋବାଇଲ ଫୋନ ଜବତ ହୋଇଛି । ଏସଂକ୍ରାନ୍ତରେ ପଦ୍ମପୁର ଥାନାରେ କେସ ନମ୍ବର ୨୯, ଅଣ୍ଡର ସେକ୍ସନ 20(b)(ii)(C)/29 ଏନ ଡି ପି ଏସ୍ ଆକ୍ଟ ୧୯୮୫ ରେ ମାମଲା ଦାୟର ହୋଇ ତଦନ୍ତ ଚାଲିଛି ।