ପାଣିପଞ୍ଚାୟତ ପକ୍ଷ ପାଳିତ

0
132
ପାଣିପଞ୍ଚାୟତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୨) : ଜଳ ହିଁ ଜୀବନ, ଜଳ ବିହୁନେ ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ, ହେଲେ ଜଜ ର ସୁପରିଚାଳନା ଓ ଉଚିତ ବ୍ୟବହାର ନିମନ୍ତେ ଜଳ ସମ୍ପଦ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମ ରେ ପାଣିପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ।

ପାଣିପଞ୍ଚାୟତ ପକ୍ଷ ପାଳିତ ଅବସରରେ ସବଡ଼ିଭିଜନ ଓ ଜିଲ୍ଲା ସ୍ତର ରେ ପ୍ରବନ୍ଧ, କୁଇଜ, ଓ ଦିବେଟେ ପ୍ରତିଯୋଗିତା ରେ ଭାନା ହାଇସ୍କୁଲ ର ଛାତ୍ର ଶ୍ରୀ ମୁନା ବେହେରା ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଜଣାଯାଇଛି । ସେ ଏଠି ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ସୁନାମ ଅର୍ଜନ କରିଛନ୍ତି । ଗତ କାଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପରିଷଦ ସଭାପତି ଶ୍ରୀ ଜି ତିରୁପତି ରାଓ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ଉପସ୍ଥିତି ରେ ଏହି ପୁରସ୍କାର ସେ ଗ୍ରହଣ କରିଛନ୍ତି ।ତାଙ୍କୁ ବିଦ୍ୟାଳୟ ର ଶିକ୍ଷକ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ, ସି ଆର ସି ଶ୍ରୀ ମଧୁ, ଶିକ୍ଷକ ନେତା ଶ୍ରୀ ଜଗଦୀଶ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।