ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲ୍ଲାପାଳ

0
159
ଫାଇଲେରିଆ ନିରାକରଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୦୨) : ଆଜି ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜେମାଦେଇ ପେଣ୍ଠ ଆନୁକୁଲ୍ୟରେ କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ର ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂଙ୍କ କର କମଳରେ Mass Drug Administrater..ଏମ ଡି ଏ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି ।WhatsApp Image 2023 02 10 at 16.45.45 2 ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲ୍ଲାପାଳ । ଅନ୍ୟତମ ଜିଲ୍ଲା ସ୍ୱାସ୍ଥ୍ୟ ପଦାଧିକାରୀ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଶ୍ରୀଯୁକ୍ତ ସନ୍ତୋଷ ପଣ୍ଡା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରିଯୁକ୍ତ ବସନ୍ତ ପ୍ରଧାନ , ଜେମା ଦେଇ ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଦୀପ୍ତ କୁମାର ସୁବୁଦ୍ଧି, ଡକ୍ଟର ସୁନୀଲ ମହାପାତ୍ର, ଡକ୍ଟର ସସ୍ମୀତା ଆଚାର୍ଯ୍ୟ, ଶ୍ରୀମତୀ ସଂଯୁକ୍ତା ବେହେରା, ଶ୍ରୀଯୁକ୍ତ କିଶୋର ପଟ୍ଟନାୟକ, ଶ୍ରୀ ରଞୀତ ପଲାଇ, ଶ୍ରୀ ମନୋଜ ପଣ୍ଡା , ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ନମୀତା ସେଠି ,ସ୍ଵେଚ୍ଛାସେବୀ ଅନୁଷ୍ଠାନ ପିସିଆଇର ଜିଲ୍ଲା ଅଧିକାରୀ ବିଜୟ କୁମାର ବେହେରା, ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନୟନା ରୟତା ପ୍ରମୁଖ ଉପସ୍ଥିତ ଥିଲେ ।WhatsApp Image 2023 02 10 at 16.45.45 ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଆଜିର ଏହି ଉଦଘାଟିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ହେଉଛି ଫାଇଲେରିଆ ରୋଗ ନିରାକରଣ ଓ ରକ୍ତ ହୀନତା ରୁ ନିଜକୁ ରକ୍ଷା କରିବା । ଏହି ଏମ ଡି ଏ (M D A) କାର୍ଯ୍ୟକ୍ରମ ୧୦/୨/୨୩ ଠାରୁ ୧୯/୨/୨୩ ପର୍ଯ୍ୟନ୍ତ ରାୟଗଡ଼ା ବ୍ଲକ ର ସମସ୍ତ ୩୬୭ ଗ୍ରାମ ରେ କାର୍ଯ୍ୟକାରୀ ହେବ । ଏହି ୩୬୭ ଗ୍ରାମରେ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନ ୨୫ ଟି ଘର ପରିଦର୍ଶନ କରି ୨ବର୍ଷରୁ ଉର୍ଦ୍ଧ୍ୱ ପରିବାର ସମସ୍ତ ବ୍ୟକ୍ତି ଙ୍କୁ ଏହି ଔଷଧ ସେବନ କରାଇବେ । ଆଜି ଏହି ଉଦଘାଟନ ଅବସର ରେ କନ୍ଧ ମାଲିଂଗା ବାଳିକା ବିଦ୍ୟାଳୟ ର ସମସ୍ତ ଛାତ୍ରୀ ସମସ୍ତ ଶିକ୍ଷୟତ୍ରୀ ତଥା ସେମାନଙ୍କ ର ସମସ୍ତ ପରିବାର ସଦସ୍ୟ ମାନଙ୍କୁ ଔଷଧ ସେବନ କରାଯାଇଛି ।

ଏତଦ୍ ବ୍ୟତୀତ କୃମି ନାଶକ ବଟିକା ଆଲବେଣ୍ଡାଜଲ ଔଷଧ ମଧ୍ୟ ସେବନ କରାଯାଇଛି । ଏହି କାର୍ଯ୍ୟକ୍ରମ ଉଦଘାଟନ ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି ନିଜର ମାର୍ଗଦର୍ଶନ ଅବସର ରେ କହିଥିଲେ, ଏହି ବଟିକା ଖାଇବା ଦ୍ୱାରା ଗୋଦର ଗୋଡ଼ ଓ ହାଇଡ୍ରୋସିଲ ଭଳି ରୋଗରୁ ରକ୍ଷା ପାଇଁ ପାରିବେ । ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ ଓ ସଫଳ ହେବା ର କାମନା କରି ସେ ନିଜେ ଏହି ଔଷଧ ସେବନ କରି ସମସ୍ତ ଙ୍କୁ ଉତ୍ସାହିତ କରିବା ସହିତ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ଜଗନ୍ନାଥପୁର ସ୍ୱାସ୍ଥ୍ୟ ବ୍ଲକ, ବିଷମ କଟକ ବ୍ଲକ ଓ ଗୁଡ଼ାରି ବିଜ୍ଞାପିତ ଅଂଚଳରେ କାର୍ଯ୍ୟକ୍ରମ ଶୁଭ୍ରାଂଶୁ କରାଯାଇଛି ।