ରେକର୍ଡ ଅତିକ୍ରମ କଲା ଫେବୃଆରୀ ମାସର ଦିନ ତାପମାତ୍ରା

0
80
ରେକର୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୦୨) : ଭୁବନେଶ୍ୱର ରେ ଫେବୃଆରୀ ମାସ ରେ ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ ହେବ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ।

ରେକର୍ଡ ଅତିକ୍ରମ କଲା ଫେବୃଆରୀ ମାସର ଦିନ ତାପମାତ୍ରା । ଏଥର ତତଲା କଡ଼େଇ ରେ ସିଝିବେ ରାଜଧାନୀବାସୀ । ଫେବୃଆରୀ ରେ ସର୍ବୋଚ୍ଚ ତାପମାତ୍ରା ଛୁଇଁବ ଭୁବନେଶ୍ୱର । ୩୭ ଡିଗ୍ରୀ ଟପିବ ତାପମାତ୍ରା । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ର ଆକଳନ । ଭୁବନେଶ୍ୱର ଗତକାଲି ସବୁଠାରୁ ଉତପ୍ତ ସହରରେ ପାଲଟିଥିବା ବେଳେ ଗତ ୨୧ ଫେବୃଆରୀ ୨୦୧୬: ୪୦.୯ ଡ଼ିଗ୍ରୀ, ୧୨ ଫେବୃଆରୀ ୨୦୧୭: ୩୭.୦ ଡ଼ିଗ୍ରୀ , ୩ ଫେବୃଆରୀ ୨୦୧୮: ୩୮.୨ ଡ଼ିଗ୍ରୀ ,୨୩ ଫେବୃଆରୀ ୨୦୧୯: ୩୯.୪ ଡ଼ିଗ୍ରୀ, ୧୯ ଫେବୃଆରୀ ୨୦୨୦: ୩୩.୮ ଡ଼ିଗ୍ରୀ, ୨୭ ଫେବୃଆରୀ ୨୦୨୧: ୪୦.୬ ଡ଼ିଗ୍ରୀ,୨୮ ଫେବୃଆରୀ ୨୦୨୨: ୩୪.୫ ଡ଼ିଗ୍ରୀ ରେକର୍ଡ ହୋଇଥିଲା ।