ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ଅଭିଯୋଗ

0
134
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ର କେ. ସୀତାପୁର ଗ୍ରାମ ପଞ୍ଚାୟତ ପି ଏମ ଏ ୱାଇ ରେ ୮୫ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଚାପ ରେ ବଶୀଭୂତ ହୋଇ ଯୋଗ୍ୟ ହିତାଧିକାରୀ ଙ୍କୁ କାଟି ଅନ୍ୟ ଅନ୍ୟ ଅଯୋଗ୍ୟ ଲୋକ ଙ୍କୁ ଲିଷ୍ଟ ରେ ଅନ୍ତର୍ଭୁକ୍ତ କରାଇଥିବା ନେଇ ସେହି ପଞ୍ଚାୟତ ର ସରପଞ୍ଚ ତେଜେଶ୍ୱର ରାଓ ସମାଜସେବୀ ସୁମନ୍ତ ଚିନ୍ତାଡା ଓ ବହୁ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି କି ଯଦି ଆଗାମୀ ଦିନ ରେ ପୁନଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହା ହେଲେ ସେମାନେ ବ୍ଲକ ଆଗରେ ଧାରଣା ରେ ବସିବେ, ସେମାନେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତିଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି ।