ପୁରୀ ଏସସିଏସ କଲେଜକୁ ବିଶ୍ୱବିଦ୍ୟାଳୟ ଦାବି

0
87
ପୁରୀ ଏସସିଏସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୪/୦୨) : ପୁରୀ ଏସସିଏସ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ଏବେ ଜୋର୍ ଧରିଛି ।

ପୁରୀ ଏସସିଏସ କଲେଜକୁ ବିଶ୍ୱବିଦ୍ୟାଳୟ ଦାବି । କିଛିଦିନ ପୂର୍ବରୁ ସହର ର ବୁଦ୍ଧିଜୀବୀ, ପୁରୀ ବିକାଶ ପରିଷଦ, କଲେଜର ପୁରାତନ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ନେଇ ପ୍ରତିକ୍ରିୟା ରଖିଥିବା ବେଳେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୁରୀ ଶାଖା ତରଫରୁ ସମାନ ଦାବି ସାମ୍ବାଦିକ ସମ୍ମିଳନୀ ଜରିଆରେ ରଖାଯାଇଛି । ୧୯୪୪ ମସିହାରେ ସ୍ଥାପିତ ଏହି କଲେଜ ୟୁଜିସି ଓ NAC_1 ଆଦି ନର୍ମ ପାଇସାରିଥିବା ବେଳେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି ।

ସେପଟେ ସମାନ ମସିହାରେ ପ୍ରତିଷ୍ଠା ହୋଇଥିବା ଅନେକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିବା ବେଳେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ମଧ୍ୟ ସମସ୍ତ ଭିତ୍ତିଭୂମି ସୁଦୃଢ ରହିଥିବା ଏବିଭିପି ତରଫରୁ କୁହାଯାଇଛି । ତେବେ ଚଳିତ ଶିକ୍ଷାବର୍ଷ ମଧ୍ୟରେ ରାଜ୍ୟ ସରକାର ଯଦି ତୁରନ୍ତ ଏହି ସର୍ବପୁରାତନ କଲେଜକୁ ବିଶ୍ୱବିଦ୍ୟାଳୟ ର ମାନ୍ୟତା ନ ଦିଅନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୁରୀ ଶାଖା ।