ବୋମା ଜବତ, ପୋଲିସର ତଦନ୍ତ ଜାରି

0
101
ବୋମା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୪/୦୨) : ଗଞ୍ଜେଇ ବୋଝେଇ କାରରୁ ବୋମା ଜବତ । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଖିଣ୍ଡା ନିକଟରୁ ଏକ ଗଞ୍ଜେଇ ବୋଝେଇ କାରରୁ ବୋମା ଜବତ ହୋଇଛି ।

ଠେଲକୋଲୋଇ ଥାନା ପୁଲିସ ସୋମବାର ଭୋର୍ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଗାଡ଼ିକୁ ଜବତ କରିଥିଲା । ପୁଲିସ ଗାଡ଼ି ଦେଖି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗାଡ଼ିର ଚକା ଲିକ୍ ହୋଇଯିବାରୁ ଦୁର୍ବୃତ୍ତମାନେ ନୂଆ ଚକା ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ୍ ପହଞ୍ଚିଥିଲା । ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ସହ ୩-୪ ଟି ବୋମାମିଳିଛି । ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ ତା’ର ତଦନ୍ତ ଜାରି ରଖିଛି ।