ପୁରୀ ତୀର୍ଥ ଯାତ୍ରୀ କାର ଦୁର୍ଘଟଣା ଅଳ୍ପକେ ବର୍ତିଲେ ଦୁଇ ଶିଶୁ ସମେତ ୫ ଜଣ ଯାତ୍ରୀ

0
165
ପୁରୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୭/୦୨) : ଜାଗା ଦର୍ଶନ କରିବାକୁ ଯାଉଥିବା ପୁରୀ ତୀର୍ଥ ଯାତ୍ରୀ କାର ଦୁର୍ଘଟଣା । ଅଳ୍ପକେ ବର୍ତିଲେ ଦୁଇ ଶିଶୁ ସମେତ ୫ ଜଣ ଯାତ୍ରୀ । 

ସୂଚନା ଅନୁଯାଇ ଛତିଶଗଡ ରାଜ୍ୟରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ରେ ବାହାରିଥିବା (CG 08-U-7178 ନଂ )ଏକ କାର ଯୋଗେ ଦୁଇ ଶିଶୁ ଓ ୫ ଜଣ ଯାତ୍ରୀ ଯାଉଥିବା ସମୟରେ ହରଭଙ୍ଗା ବ୍ଲକ ୫୭ ନଂ ଜାତୀୟ ରାଜପଥ ଆଡ଼େଣି ଗଡ଼ ଗଣେଶ ବଜାର ଛକ ନିକଟରେ ଆଜି ଭୋର ୭ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ବିଲ ଭିତରକୁ ଖସି ପଡିଥିଲା । ସ୍ଥାନୀୟ ଜନସାଧାରଣ ଆମ୍ବୁଲାନ୍ସ କୁ ଜଣାଇବା ସହିତ ଆହତ ଯାତ୍ରୀଙ୍କୁ ଆଡ଼େଣିଗଡ଼ ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ । ଏହି ଦୁର୍ଘଟଣା ରେ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ଘଟଣା ସ୍ଥଳରେ ଆଡେଣିଗଡ଼ ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚାଲୁରଖିଛି ।