ଶିବାଜୀ ଙ୍କ ଜୟନ୍ତୀ ପାଳିତ

0
112
ପାଳିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୯/୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ତରଫରୁ ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ଶିବାଜୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ବନବିଭାଗ ର ଆନିମେଟର ଗଙ୍ଗାଧର ବାଘ ଉପସ୍ଥିତ ରହି ଶିବାଜୀ ଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରିବା ସହ ତାଙ୍କ ଗୁଣଗାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ର ସମ୍ପାଦକ ଶମ୍ଭୁରାଜ କର୍ଣ୍ଣ ପରିଚାଳନା କରିଥିଲେ । ଏଥିରେ କୁଶ ମାଝୀ, ପ୍ରଶାନ୍ତ ମେଲ୍ଲୀ, ଦିପକ ବାଘ, ଲବ ମାଝୀ, ପ୍ରିତମ ଭୁକ୍ତା, ରାହୁଲ ଗରିଆ, ହେମନ୍ତ ମେଲ୍ଲୀ, ଶୁସାନ୍ତ ଠାକୁର ଉପସ୍ଥିତ ଥିଲେ ।