ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ଟାଙ୍ଗୀ ଦେଲା ହତ୍ୟାକାରୀ

0
104
ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୯/୦୨) : ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ମୋତିଡିହ ଠାରେ ଅଭାବନୀୟ କାଣ୍ଡ।ଗତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା କରିଥିବା ସୂଚନା ।

ମୃତକ ଜଣଙ୍କ ହେଉଛନ୍ତି ମୋତିଡିହ ଅଞ୍ଚଳର ତୋଳା ନାଏକ । ଏବେ ଘଟଣାସ୍ଥଳରେ ପୋଲିସ ର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ବାବୁଲା ଗିରିକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ୍ । ଜଙ୍ଗଲ ରୁ ଶବକୁ ଉଦ୍ଧାର କରି ବଣାଇ ମେଡିକାଲ୍ ରେ ଶବ ବ୍ୟବଚ୍ଛଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ।