ଅଷ୍ଟିନ ବଟଲର ଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

0
119
ଅଷ୍ଟିନ ବଟଲର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦେଲ୍ହୀ, (୨୦/୦୨) : ଅଷ୍ଟିନ ବଟଲର ଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ । ୭୬ ତମ ବ୍ରିଟିସ ଏକାଡେମୀ ଫିଲ୍ମ ଆୱାର୍ଡରେ ତାଙ୍କୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ କରାଯାଇଛି ।

ରବିବାର ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲରେ ଆୟୋଜିତ ବ୍ରିଟିସ ଏକାଡେମୀ ଅଫ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ୍ସରେ ଜର୍ମାନ ଫିଲ୍ମ ଅଲ କ୍ୱିଟ ଅନ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟକୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି । ଏହା ସହିତ ଫିଲ୍ମକୁ ଶ୍ରେଷ୍ଠ ନିର୍ଦ୍ଦେଶନା ସମେତ ଅନ୍ୟ ୬ ଟି ଆୱାର୍ଡ ମିଳିଛି । ଅଷ୍ଟିନ ବଟଲର ଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି । ସେପଟେ ବେଷ୍ଟ ଏଡିଟିଂ ଆୱାର୍ଡ ମିଳିଥିବା ଫିଲ୍ମ ଏଭ୍ରିଥିଂ ଏଭ୍ରିହୋୟାର ଅଲ ଆଟ ୱାନ୍ସକୁ ଆଗାମୀ ଓସ୍କାର ଆୱାର୍ଡ ନୋମିନେସନରେ ସାମିଲ କରାଯାଇଛି । ଫିଲ୍ମ ଫେଷ୍ଟିଭାଲରେ କେଟ୍ ବ୍ଲାନଚେଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଏଡୱାର୍ଡ ବରଗରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଆନ ଇରିସ ଗୁଡବାଏକୁ ଶ୍ରେଷ୍ଠ ସର୍ଟ ଫିଲ୍ମ ଆୱାର୍ଡ ମିଳିଛି ।