ଉତ୍କଳ ଆଲୁମିନାର ସିଏସଆର ପ୍ରକଳ୍ପ ଫିକି, ସିଏସଆର ଟାଇମ୍ସ, ୟୁବିଏସ ଫୋରମ ପୁରସ୍କାର

0
229
ଉତ୍କଳ

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୧୫/୧୨) : ରାୟଗଡା ଓ କଳାହାଣ୍ଡି ର ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଂଚଳରେ ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ର ୧୦୦% ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼ ବିବିଧ ସକମାଜିକ ବିକାଶ ପ୍ରକଳ୍ପ ଗୁଡିକ ଅଧୀନରେ ଗୋଷ୍ଠୀଗୁଡିକ ନିମନ୍ତେ ନିରବଛିନ ଭାବରେ କାମ କରୁଛି ।WhatsApp Image 2022 12 15 at 11.10.14 ଉତ୍କଳ ଆଲୁମିନାର ସିଏସଆର ପ୍ରକଳ୍ପ ଫିକି, ସିଏସଆର ଟାଇମ୍ସ, ୟୁବିଏସ ଫୋରମ ପୁରସ୍କାର

ଉତ୍କଳ ଆଲୁମିନା ଏହି ଦୁଇ ଆକାଂକ୍ଷୀ ଜିଲ୍ଲାର ଜନ ସାଧାରଣ ଙ୍କ ଜୀନବନଧାରଣ ମାନରେଉନ୍ନତି ଆଣିବା ନିମନ୍ତେ ତୃଣମୂଳ ସ୍ତରରେ କରୁଥିବା ପ୍ରୟାସ ପାଇଁ ଅଗଣିତ ପୁରସ୍କାର ଏବଂ ପ୍ରଶସ୍ତି ଲାଭ କରିସାରିଛି । ଗତ ଦୁଇ ମାସ ମଧ୍ୟରେ ଉତ୍କଳ ଆଲୁମିନା ନିଜର ସିଏସଆର ସିଆର ଏବଂ ଦୀର୍ଘସ୍ଥାୟୀ ପ୍ରୟାସ ସମୂହ ଜରିଆରେସମାଜ ପ୍ରତି ପ୍ରସଂଶନୀୟ ଅବଦାନ ରଖିବା ନେଇ ଫିକି, ସିଏସଆର ଟାଇମ୍ସ ଏବଂ ୟୁବିଏସ ଫୋରମ ଆଦି ଭଳି ପ୍ରମୁଖ ଜାତୀୟ ସ୍ତରର ଗ୍ରୁପ ଗୁଡିକ ନିକଟରୁ ଏହିସବୁ ସମ୍ମାନ ଲାଭ କରିଛି ।

୨୦୨୨ ଡିସେମ୍ବର ୧୨ ତାରିଖରେ ଫିକି ସିଏସଆର ପୁରସ୍କାର ୨୦୨୦-୨୧ ପକ୍ଷରୁ ଉତ୍କଳ ଆଲୁମିନାକୁ ବର୍ଗ -୫ ‘ଖାଦ୍ୟ ସୁରକ୍ଷା ଓ କୃଷି ‘ ଅଧୀନରେ ସ୍ୱତନ୍ତ୍ର ଗଉରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ନୂଆଦେଲ୍ହୀ ସ୍ଥିତ ଫିକି ଫେଡରେସନ ହାଉସ ଠାରେ ଶ୍ରୀ ଅର୍ଜୁନ ମୁଣ୍ଡା, ସମ୍ମାନନୀୟ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଭାରତ ସରକାର ଏବଂ ଶ୍ରୀମତୀ ରାଜଶ୍ରୀ ଜି ବିର୍ଲା , ଚେୟାରପରସନ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିଷିଏଟିଭି ଆଣ୍ଡ ଵୃରଲ ଡେଭଲପମେଣ୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଳେମାନ ଗ୍ରାସ ଚାଷ ଦ୍ୱାରା ପତିତ ଜମିର ବିକାଶ ନିମନ୍ତେ ଉଦ୍ଦିଷ୍ଟ ସୁଗନ୍ଧା, ଯାହା ସ୍ଥାନୀୟ ଚାଷୀ ଙ୍କ ଆୟ ତିନିଗୁଣ ବୁଦ୍ଧି କରିଛି ଏବଂ ସେମାଙ୍କୁ ଏକ ଲାଭପ୍ରଦ ଅର୍ଥକାରୀ ଚାଷ ନିମନ୍ତେ ପ୍ରେରିତ କରିଛି ତାହାକୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା, ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ , ହେଡ଼ ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି, ଶ୍ରୀ ମନୋଜ ଦାସ, ସିଏସଆର ମାଇନ୍ସ ଏହି ପୁରସ୍କାର ଗ୍ରହଣ କରିଥିଲେ । ଗ୍ରୁପ ଏକଜିକ୍ୟୁଟିଭ ପ୍ରେସିଡେଣ୍ଟ ସିଏସଆର ଆଦିତ୍ୟ ବିର୍ଲା ଗ୍ରୁପ, ଡ. ପ୍ରଜ୍ଞାନ ରାମ ଏହି ଅବସରରେ ଉପସ୍ଥିତ ରହିବ ସହିତ ଟିମ କୁ ଉତ୍ସାହିତ କରିଥିଲେ ।WhatsApp Image 2022 12 15 at 11.10.14 1 ଉତ୍କଳ ଆଲୁମିନାର ସିଏସଆର ପ୍ରକଳ୍ପ ଫିକି, ସିଏସଆର ଟାଇମ୍ସ, ୟୁବିଏସ ଫୋରମ ପୁରସ୍କାର

ଏହି କ୍ରମରେ ୨୦୨୨ ଡିସେମ୍ବର ୮ ତାରିଖ ରେ ସିଏସଆର ଟାଇମ୍ସ ପୁରସ୍କାର ୨୦୨୨ ଉତ୍କଳ ଆଲୁମିନାକୁ ନୂଆଦିଲ୍ଲୀ ଠାରେ ଆୟୋଜିତ ସିଏସଆର ସମ୍ମିଟ ଅବସରରେ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପ୍ରୋଜେକ୍ଟ ୟୁଏଏନଏଟି (ଉତ୍କଳସ ଆକ୍ସନ ଫର ଏଗ୍ରିକଳଚରାଲ ଟ୍ରାନ୍ସଫରମେସନ) ନିମନ୍ତେ ଜୀବିକା ଉପାର୍ଜନ ବର୍ଗ ରେ ପ୍ରଦାନ କରାଯାଇଥିଲା । ୟୁଏଏନଏଟି ଏକ ପରିବ୍ୟାପ୍ତ ବହୁକ୍ଷେତ୍ରି ଜୀବିକା ଉପାର୍ଜନ ପ୍ରକଳ୍ପ ଯାହା ଉତ୍କଳ ଆଲୁମିନାର ସିଆର ଆଣ୍ଡ ସଷ୍ଟେନେବିଲିଟି ଶ୍ରେଣୀ ଅଧୀନରେ କାର୍ଯ୍ୟକାରୀ କରାଯାଉଛି । ଏହି ପୁରସ୍କାର ଶ୍ରୀ ଜନାର୍ଦ୍ଦନ, ସମ୍ମାନନୀୟ ଲୋକସଭା ସଦସ୍ୟ , ଶ୍ରୀ ଏସ ରବିଶଙ୍କର, ଏକଜିକ୍ୟୁଟିଭି କମିଟି ସଦସ୍ୟ ସିଏସଆର ଟାଇମ୍ସ ଏବଂ ଶ୍ରୀ ଏଚ.ଇ.ଶିନିସା ପାଭିକ, ସର୍ବିଆରାଷ୍ଟ୍ର ଦୂତଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉତ୍କଳର ସିଏସଆର ବିଭାଗ ର ଭବିଷ୍ୟ ସାମାଜିକ ବିକାଶ ଶାଖା ସଷ୍ଟେନେବିଲିଟି ଏବଂ ସିଆର କାର୍ଯ୍ୟକଳାପର ନେତୃତ୍ୱ ନେଉଥିବା ଶ୍ରୀ ତନ୍ମୟ ମହାନ୍ତି ପୁରସ୍କାର ଗ୍ରହଣ କରିଥିଲେ ।

ପୁନଶ୍ଚ ୨୦୨୨ ନଭେମ୍ବର ୮ରେ ଉତ୍କଳ ଆଲୁମିନା ୟୁବିଏସ ନିକଟରୁ କର୍ପୋରେଟ ସୋସିଆଲ ରେସପନସିବିଲିଟି ସମ୍ମିଟ ଆଣ୍ଡ ଆୱାର୍ଡସ ୨୦୨୨ ର ଷଷ୍ଠ ସଂସ୍କରଣ ରେ ଶ୍ରେଷ୍ଠ ନବସୃଜନକାରୀ ସିଏସଆର ପ୍ରକଳ୍ପ ପୁରସ୍କାର ହାସଲ କରିଥିଲା । ଗ୍ରାମାଞ୍ଚଳ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଯତ୍ନ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଉତ୍କଳର ସିଏସଆର ଏବଂ ସଷ୍ଟେନେବିଲିଟି କାର୍ଯ୍ୟ କୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ଭିତ୍ତିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ଏହି କାର୍ଯ୍ୟକ୍ରମ ଗୁଡିକ ସୃଷ୍ଟି କରାଯାଇଛି । ଉତ୍କଳ ବିକାଶ ନିମନ୍ତେ ରଣକୌଶଳତ୍ମକ ଆଭିମୁଖ୍ୟ ଏବଂ ଲକ୍ଷ ଆଧାରରେ କାର୍ଯ୍ୟ କରୁଥିବା ବେଳେ ସେ ସମୟ ରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଅବଦାନ ରଖୁଛି । ବାଙ୍ଗାଲୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଖଣିରେ ସିଏସଆର କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ଶ୍ରୀ ମନୋଜ ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏକ ଦାୟିତ୍ୱ ସମ୍ପର୍ଣ୍ଣ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ରାୟଗଡା ଓ କଳାହାଣ୍ଡି ଦୁଇ ଜିଲ୍ଲା ରେ ତାହାର ସିଏସଆର ଆଣ୍ଡ ସିଆର ଆଣ୍ଡ ସଷ୍ଟେନେବିଲିଟି ପ୍ରୟାସ ସମୂହ ଅଧୀନ ରେ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଗୁଡିକ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ଏହି ଦୁଇ ଦୁଇ ଜିଲ୍ଲାର ଦୁଇଟି ବ୍ଲକରେ କାର୍ଯ୍ୟ କରୁଛି, ଯେଉଁଥିରେ ୧୨ଟି ଗ୍ରାମପଞ୍ଚାୟତ ର ୨୩୨ ଗ୍ରାମ ରହିଛି । ଏବିଜିର ୫ ସୁତି ପ୍ରୟାସ ଯଥା : ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୁମି ସହିତ ସାମାଜିକ ପ୍ରସଙ୍ଗ ଗୁଡିକ ପ୍ରତି ଦୃଷ୍ଟିଦେବା ଭଳି ପଦକ୍ଷେପ ଅଧୀନରେ ୟୁଏଆଇଏଲ ମୋଟ ଉପରେ ୨ ଲକ୍ଷ ରୁ ଅଧିକ ସଂଖ୍ୟକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ ଅନନ୍ୟ ବହୁ ସହଭାଗୀ ଆଧାରିତ ପ୍ରୟାସ ଗୁଡିକ ଆଜକୁ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଜନ ଜୀବନକୁ ସମୃଦ୍ଧ କାରୀ ଆସୁଛି ।