ଜିଲ୍ଲା ପ୍ରଶାସନ ଉଦ୍ୟମ ରେ ସେଣ୍ଟ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ୍‌

0
87
ଜିଲ୍ଲା ପ୍ରଶାସନ ଉଦ୍ୟମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୨/୨) : ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ଉଦ୍ୟମ ରେ ସେଣ୍ଟ ଜାଭିୟର୍ସ ସ୍କୁଲରେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ।WhatsApp Image 2023 02 23 at 07.22.32 1 ଜିଲ୍ଲା ପ୍ରଶାସନ ଉଦ୍ୟମ ରେ ସେଣ୍ଟ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ୍‌

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲାପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି । ବୌଦ୍ଧ ଜିଲ୍ଲାମୁଖ୍ୟାଳୟରେ ଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ସ୍କୁଲରେ ଜିଲ୍ଲା ପ୍ରଶାସନ ଉଦ୍ୟମ ରେ ଆଜିଠାରୁ ଏକ ହକି ଟିମ୍‌ ଗଠନ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାଶିକ୍ଷା ବିଭାଗ ତରଫରୁ ସେଣ୍ଟ ଜାଭିୟର୍ସ ସ୍କୁଲରେ ହକି ଷ୍ଟିକ୍‌ ଯୋଗାଇ ଦିଆଯାଇଛି ।

ସ୍କୁଲ ତରଫରୁ ହକି ସମ୍ପର୍କିତ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ରାହାଗିରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଆଜି ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଆନନ୍ଦ ଚନ୍ଦ୍ର ବେହେରା ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଭାଇସ ପ୍ରିନ୍ସିପାଲ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ହକି ଷ୍ଟିକ୍‌ ବଣ୍ଟନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁ ଓ ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀଙ୍କୁ ଏହି ଅବସରରେ ସେଂଟ୍‌ ଜାଭିୟର୍ସ ସ୍କୁଲ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।