ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

0
92
ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୨୪/୦୨) : ପୁଣି ଅଲୋଡା ଶିଶୁ କନ୍ୟା । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡିଛି ।

ରାଇବଣିଆ କାଜୁ ଜଙ୍ଗଲର ରାସ୍ତା ପାଖ ନାଳ କଡରେ ଶିଶୁଟି କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହା ପରେ ଶିଶୁଟିକୁ ହାତିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟି ସୁସ୍ଥ ଥିବା ସୂଚନା ମିଳିଛି । ରାଜ୍ୟରେ ଏଘଟଣା ନୂଆ ନୁହେଁ । ହେଲେ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି । ଏହିଭଳି ଭାବରେ ଛୁଆ ଜନ୍ମ କରି ଫୋପାଡି ଚାଲିଯାଉଛନ୍ତି । କନ୍ୟା ସନ୍ତାନ ଜନ୍ମକୁ ଏବେବି ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।