ଆଦିବାସୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ

0
131
ଆଦିବାସୀ ମହାବିଦ୍ୟାଳୟ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୪/୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି ।

ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ । କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଆଦିବାସୀ ମହାବିଦ୍ୟାଳୟ ରେ ପହଞ୍ଚିବା ପରେ ଆଦିବାସୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହ ପୁଷ୍ପ ବର୍ଷା କରି ମହାବିଦ୍ୟାଳୟ କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଓ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ଉପସ୍ଥିତ ରହିଥିଲେ । ଆଦିବାସୀ ମହାବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ଅବସରରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ଦ୍ୱାରା ହିଁ ଉନ୍ନତି ସମ୍ଭବ ହୋଇ ପାରିବ ବୋଲି କନ୍ଧମାଳ ସାଂସଦ ନିଜ ଉଦବୋଧନ ରେ କହିଥିଲେ । ଶିକ୍ଷା ହିଁ ବିକାଶ ଓ ସଫଳ ଭବିଷ୍ୟତ ର ଚାବିକାଠି ।

ତେଣୁ ପ୍ରତିଟି ବ୍ୟକ୍ତି ବିଶେଷ ଙ୍କ ପାଇଁ ଜୀବନ ର ପ୍ରାରମ୍ଭ ରୁ ଜୀବନ ର ଶେଷ ପର୍ଯ୍ୟନ୍ତ ଶିକ୍ଷା ହିଁ ବିକାଶ ର ମାନଦଣ୍ଡ । ତେଣୁ ଆଜିର ଯୁଗ ରେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ସହ ଗୁଣାତ୍ମକ ଶିକ୍ଷା ର ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ l ଶିକ୍ଷା ଦ୍ୱାରା ହିଁ ଦରିଦ୍ରତା ର ଦୂର କରା ଯାଇ ପାରିବ, ତେଣୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉଚିତ ପାଠ ପଢା ଦିଗରେ ଗୁରୁତ୍ୱ ଦେବାକୁ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ କନ୍ଧମାଳ ସାଂସଦ । ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଭିତିଭୂମି ନେଇ ମୁଖ୍ୟମନ୍ତ୍ରୀ ତିନି କୋଟି ରୁ ଉର୍ଦ୍ଧ୍ୱ ରାଶି ପ୍ରଦାନ କରିଥିବା ବେଳେ ଆବଶ୍ୟକୀୟ ଭିତିଭୂମି ର ବିକାଶ ନେଇ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ କହିଛନ୍ତି ।

କିସ ପକ୍ଷରୁ ମହାବିଦ୍ୟାଳୟ କୁ ସ୍ମାର୍ଟ କ୍ଲାସ ପାଇଁ ୨୦ ଟି କମ୍ପୁଟର ପ୍ରଦାନ କରିବେ ବୋଲି କହିଛନ୍ତି । ଏହି ଅବସରରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ କୁ ଆଦର୍ଶ ମହାବିଦ୍ୟାଳୟ ରେ ପରିଣତ କରିବାକୁ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ପ୍ରତିଶୃତି ରଖିଛନ୍ତି । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ପରିଚାଳନା କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ । କୃତି ପ୍ରତିଯୋଗୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ । ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।