ଉଲୁଣ୍ଡା ବ୍ଳକ ରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ କରିସ୍ମା ବେସ୍ରା

0
140
ଭାବେ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୪/୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ରେ ଆଜି ନୂତନ ବିଡ଼ିଓ ଭାବେ କରିସ୍ମା ବେସ୍ରା ଯୋଗ ଦେଇଛନ୍ତି ।

ଏହା ପୂର୍ବରୁ ସେ ଦେବଗଡ ଜିଲ୍ଲା ର ବାରକୋଟ ବ୍ଳକ ରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ବିଡ଼ିଓ ହେମସାଗର ଭୋଇ ଙ୍କ ପଦୋନ୍ନତି ହେବା ପରେ ସେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ର ପିଏ.ଆଇଟି.ଟିଏ ଭାବରେ ବଦଳି ହୋଇଥିଲେ । ତାଙ୍କ ସ୍ଥାନରେ ଆଜି କରିସ୍ମା ବେସ୍ରା ନୂତନ ବିଡ଼ିଓ ଭାବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ତାଙ୍କୁ ବ୍ଳକର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ । ସେ ଉଲୁଣ୍ଡା ବ୍ଳକର ବିକାଶ କରିବେ ବୋଲି ସୂଚନା ଦେଇଥିଲେ ।