ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକ ର ଜୀବନ

0
119
ବିଦ୍ୟୁତ ତାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୭/୦୨) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ଅଘଟଣ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିଲା ବିବାହ ଭୋଜିର ଆୟୋଜନ । ଅସାବଧାନତା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକ ର ଜୀବନ ।

ମୃତ ନାବାଳକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖାରିବନ୍ଧ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ପୁତ୍ର ଦିବ୍ୟ ରଞ୍ଜନ ସ୍ୱାଇଁ । ସୂଚନା ଅନୁଯାୟୀ ଗତକାଲି ରାତିରେ ଚିଲିକା ବ୍ଲକ ଖାରିବନ୍ଧ ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବିବାହ ଭୋଜିର ଆୟୋଜନ ପାଇଁ ଟେଣ୍ଟ କରାଯାଇଥିଲା । ନାବାଳକ ଜଣକ ସାଙ୍ଗ ସାଥୀ ମାନଙ୍କ ସହ ସେଠାରେ ଖେଳ କୂଦ କରୁଥିବା ବେଳେ ଟେଣ୍ଟ କୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।

ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ନାବାଳକକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ପରେ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହେବ ସମୟ ରେ ଅଧାରେ ନାବାଳକ ର ମୃତ୍ୟୁ ହୋଇଛି । ଯାହାକୁ ନେଇ ପରିବାର ଲୋକେ କାନ୍ଦ ବୋବାଳି ରେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଚିଲିକା ବ୍ଲକ ସି.ଆରି.ସିସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । କିଏ ସରକାରୀ ବିଦ୍ୟାଳୟରେ କାହା ଅନୁମତି ରେ ବିବାହ ଭୋଜି ଆୟୋଜନ କରିଥିଲେ ତାହା ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସି.ଆର. ସିସି ଗଣେଶ୍ୱର ସ୍ୱାଇଁ କହିଛନ୍ତି ।