ନିଖିଳ ଉତ୍କଳ ବାପଟିଷ୍ଟ ସୌରା ସମ୍ମିଳନୀ ଓ ମହା ଅଧିବେଶନ

0
224
ନିଖିଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ସୀମା ଙ୍କୁ ଲାଗି ରହିଥିବା ଗୁମ୍ମା ବ୍ଲକ ର ପରିଡା ପଞ୍ଚାୟତ ସିପା ପାଲି ଗ୍ରାମ ରେ ନିଖିଳ ଓଡିଶା ସୌରା ବାପଟିଷ୍ଟ ମାନଙ୍କ ୩ ଦିନିଆ ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସୂତ୍ରରୁ ପ୍ରକାଶ କି ଆସନ୍ତା କାଲି ନିଖିଳ ଉତ୍କଳ ବାପଟିଷ୍ଟ ସୌରା ସମ୍ମିଳନୀ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ବିଜେଡି ସଂଖ୍ୟଲଘୁ ସେଲ ର ସମ୍ପାଦକ ଶ୍ରୀ ପଲ୍ଲବ ଲିମା ଙ୍କୁ ମଣ୍ଡଳୀ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦ୍ଵିତୀୟ ଦିନ ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହାଇଟେକ ଚେୟାରମ୍ୟାନ ଶ୍ରୀ ତି୍ରିପତି ପାଣିଗ୍ରାହୀ, ଜିଲ୍ଲା ପରିସଫା ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି ର ଅଧ୍ୟାକ୍ଷା ମାରିୟମ ରୟିତ, ବ୍ଲକ ଅଧ୍ୟକ୍ଷା, ତହସିଲଦାର, ଏସବୁ ଏସଏସ ର ଏସ ଡି ଓ ଆନ୍ଧ୍ର, ଓଡିଶା, ମହାରାଷ୍ଟ୍ର, ଅରୁଣାଚଳ, ଆସାମ ର ବହୁ ଆଦିବାସୀ ଖ୍ରୀଷ୍ଟିଆନ ପ୍ରତିନିଧି ଯୋଗ ଦେଇଥିଲେ । ଏହା ୭୩ ତମ ସମ୍ମିଳନୀ ହୋଉଥିଲା ।