ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର, (୦୨/୦୩) : ଗ୍ରାମଞ୍ଚଳ କ୍ରୀଡା ଓ ସଂସ୍କୃତିର ବିକାଶ ସାଧନ ଏବଂ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ ସ୍ତରୀୟ ଗ୍ରାମାଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଯୋଗୀ ସନ୍ୟାସୀ ଯୁବକ ସଂଘ, ଯୋଗିପାରିତୁଣ୍ଡା ସହଯୋଗରେ ୨୦୨୩ ଫେବୃଆରୀ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଯୋଗିପାରିତୁଣ୍ଡା ଗ୍ରାମରେ ଆୟୋଜନ କରାଯାଇଥିଲା ।
କାଶୀପୁର ବ୍ଲକର ଖଣି ପରିପାର୍ଶ୍ଵିକ ଅଞ୍ଚଳର ଗ୍ରାମଗୁଡିକୁ ମୋଟ ୧୬ଟି ଟିମ ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ ସ୍ତରୀୟ ଗ୍ରାମଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଶ୍ରୀ ଶେକ ଆଳିନୁର, ଜିଲ୍ଲା କ୍ରୀଡା ଅଧିକାରୀ ରାୟଗଡା ଏବଂ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ଼ ସିଏସଆର, ସିଆର ଆଣ୍ଡ ସେଷ୍ଟେନେବିଲିଟି, ଲ୍ୟାଣ୍ଡ ଆଣ୍ଡ ଆର ଆଣ୍ଡ ଆର ମିଳିତ ଭାବରେ ୨୦୨୩ ଫେବୃଆରୀ ୨୪ ତାରିକଲହରେ ଉତ୍କଳ ଆଲୁମିନାର ସିଏସଆର ଅଧିକାରୀମାନଙ୍କ ଉପସ୍ତିତିରେ ଉଦ୍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚ କୋଡ଼ିପାରି ଏବଂ ଅଣ୍ଡିରାକଞ୍ଚଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୋଡ଼ିପାରି ଚାମ୍ପିୟନ ଟ୍ରଫି ବିଜେତା ହୋଇଥିବା ବେଳେ ଅଣ୍ଡିରାକଞ୍ଚ ରନର୍ସ ଅପ ହୋଇଥିଲା । ବିଶିଷ୍ଟ ଅତିଥିଗଣ ଶ୍ରୀ ଦୟାନିଧି ବାଘ, ପିଡି ୱାଟରସେଡ, ଶ୍ରୀ ପବନ ସିଂ, ଜିଏମ ସିକ୍ୟୁରିଟି ଏବଂ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ଼-ସିଏସଆର, ସିଆର ଆଣ୍ଡ ସେଷ୍ଟେନେବିଲିଟି ଉଦ୍ଯାପନୀ ଉତ୍ସବରେ ଯୋଗଦେଇ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପ୍ରଦର୍ଶନ ନିମନ୍ତେ ସେମାନଙ୍କୁ ପୁରସ୍କୃତ କରିଥିଲେ ।
ଉଭୟ ବିଜେତା ଏବଂ ରନର୍ସ ଅପ ଦଳକୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ଭଲିବଲ ଏବଂ ଭଳିନେଟ ପ୍ରଶସ୍ତି ସ୍ୱରୂପ ପ୍ରଦାନ କରାଯାଇଥିଲା । ଶ୍ରୀ ସେକ ଆଳିନୁର, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡା ଆଦିବାସୀବାହୁଳ ଅଞ୍ଚଳରେ କ୍ରୀଡା ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କର ପରିପୋଷଣ କରିବା ନିମନ୍ତେ ଏକ କ୍ରୀଡା ବାତାବରଣକୁ ପ୍ରୋତ୍ସାହିତ କରିବା ଦିଗରେ ଉତ୍କଳ ଆଲୁମିନାର ପ୍ରୟାସକୁ ପ୍ରଶଂସାକରିଥିଲେ । ଶ୍ରୀ ମଜହର ବେଗ, ୟୁନିଟ ହେଡ଼ ଏବଂ ପ୍ରେସିଡେଣ୍ଟ ବିଜେତା ଦଳ ଏବଂ ସମସ୍ତ ଅଂଶଗ୍ରହଣକରି ଦଳକୁ ଏହି ଟୁର୍ଣ୍ଣାମେଣ୍ଟକୁ ବିପୁଳ ସଫଳ କରାଇବା ନିମନ୍ତେ ପ୍ରଶଂସା କରିଥିଲେ । ଏହି ଆଦିବାସୀବହୁଳ ଅଭ୍ୟନ୍ତର ଅଞ୍ଚଳରେ ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସକାଶେ ଆମେ ପ୍ରତିଶୃତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ ।
ସେ ଆଉ ମଧ୍ୟ କହିଥିଲେ ଯେ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡା ମଞ୍ଚରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯିବ ।ଏହି କାର୍ଯ୍ୟକ୍ରମ ବିପୁଳ ସଫଳତା ହାସଲ କରିବା ସହିତ ଜନସାଧାରଣଙ୍କ ନିକଟରୁ ଏଥିପ୍ରତି ଦୃଢ ସମର୍ଥନ ଓ ପ୍ରସଂଶା ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ସିଏସଆର ଟିମ ପରିଚାଳନା କରିଥିଲେ । ଏକ ଦାୟିତ୍ୱ ସମ୍ପର୍ଣ୍ଣ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ପରିପାର୍ଶ୍ଵିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ସମସ୍ୟା ଗୁଡିକର ସମାଧାନ କ୍ଷେତ୍ରରେ ନିଜର ସିଏସଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନିବିଡ ଭାବରେ ନିୟୋଜିତ ରହିଛି । ମୋଟ ଉପରେ ୟୁଏଆଇଏଲ ଓଡ଼ିଶାରେ ୮୪ଟି ଗ୍ରାମରେ ୩୦,୦୦୦ ରୁ ଅଧିକ ଜନ ସଂଖ୍ୟାକୁ ସେବା ଯୋଗାଉଛି ।