ବର୍ଷା ଜଳ ସଂଗୃହିତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
108
ବର୍ଷା ଜଳ ସଂଗୃହିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨/୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପରମେଶ୍ଵରୀ ଉଚ୍ଚ ବିଦ୍ୟାଳୟ ବିଶିପଡା ଠାରେ ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୁଲ୍ୟରେ ଆଜି ବର୍ଷା ଜଳ ସଂଗୃହିତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ପ୍ରଧାନ ଶିକ୍ଷକ କେଶବ କୁମାର ଦାସ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସତ୍ୟବାନ୍ ବିଶି ଓ ଶିକ୍ଷକ ମାନଭଞ୍ଜନ ପାଢୀ ଯୋଗ ଦେଇ ବର୍ଷା ଜଳ ସଂଗୃହିତ କରିବା ପାଇଁ ଆଲୋଚନା କରିଥିଲେ । ବର୍ଷା ଜଳ କୁ ସାଇତି କରି କାର୍ଯ୍ୟ ରେ ଲଗାଇବା ଉଚିତ ବୋଲି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ସତ୍ୟବାନ୍ ବିଶି କାର୍ଯ୍ୟ ପରିଚାଳନା କରିଥିବାବେଳେ ରାଷ୍ଟ୍ରୀୟ ଯୁବ ସେଚ୍ଛାସେବୀ ହୃଷୀକେଶ ଦେହେରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିବା ସହିତ ରେଲି କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଚନ୍ଦ୍ରିକା ଦେହେରୀ, ଦ୍ୱିତୀୟ ସ୍ଥାନ ରାକେଶ ସେଠୀ ଓ ତୃତୀୟ ସ୍ଥାନ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା । ଏଥିରେ ସମସ୍ତ ଛାତ୍ର, ଛାତ୍ରୀ, ଶିକ୍ଷକ ଙ୍କୁ ନେଇ ଜଳ ଶପଥ କରାଯାଇଥିଲା । ଶେଷ ରେ ଶିକ୍ଷକ ମାନଭଞ୍ଜନ ପାଢୀ ଧନ୍ୟବାଦ ଅର୍ପଣ ଦେଇଥିଲେ ।