କାଶୀନଗର ବ୍ଲକ ସ୍ତରୀୟ ମାନସିକ ଅନାଗ୍ରସର ଚି଼ହ୍ନଟ ଓ ମୂଲ୍ୟାୟନ ଶିବିର ଅନୁଷ୍ଠିତ

0
87
ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୩) : ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରବିପେଣ୍ଠ ଠାରେ ଏକ ମୂଲ୍ୟାୟନ ଓ ଚି଼ହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । 

କାଶୀନଗର ବ୍ଲକ ସ୍ତରୀୟ ସମସ୍ତ ବିଦ୍ୟାଳୟ ରେ ଅଧ୍ୟୟନ ରତ ମାନସିକ ଅନାଗ୍ରସର ଓ ଭିନ୍ନକ୍ଷମ ପିଲା ମାନଙ୍କୁ ନେଇ ଏହି ମୂଲ୍ୟାୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକୁ ବି ଆର ଟି ଅମିନ ମଙ୍ଗରାଜ, ସ୍ୱେଚ୍ଛାସେବୀ ଏସ ମୁରଲୀ ବ୍ଲକ ତାରଫରୁ ଯୋଗ ଦେଇଥିଲେ । ପ୍ରଶାସନ ତାରଫରୁ ରାକେଶ ପଟନାୟକ, ଏ କେ ମାଝୀ ଓ ଅବିନାଶ କୁମାର ସିନ୍ହା ଯୋଗ ଦେଇଥିଲେ । କାଶୀନଗର ବ୍ଲକ ର ସମସ୍ତ ସ୍କୁଲ ଏହି ଶିବିର ରେ ନିଜ ପିଲାଙ୍କୁ ନେଇ ଏହି ଶିବିରରେ ଯୋଗ ଦେଇଥିଲେ ।