ରାଜକୁମାର ମିଶ୍ର ଗୃହ ନିର୍ମାଣ ନିଗମର ନିର୍ଦ୍ଦେଶକ ନିର୍ବାଚିତ

0
122
ରାଜକୁମାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୩) : ଜିଲ୍ଲାର ବିଶିଷ୍ଟ ସମବାୟବିତ ରାଜକୁମାର ମିଶ୍ର ଚଳିତ ବର୍ଷର ଓଡିଶା ସମବାୟ ଗୃହନିର୍ମାଣ ନିଗମର ୧୬ନଂ ଜୋନରୁ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଛନ୍ତି ।

ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରଞ୍ଜନକୁମାର ଦାସ ଙ୍କ ଠାରୁ ଗୋଟିଏ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ସେ ୧୧ ଖଣ୍ଡ ଭୋଟ ପାଇଥିବାବେଳେ ଶ୍ରୀ ଦାସ ୧୦ ଖଣ୍ଡ ଭୋଟ ପାଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଜଣେ ସମବାୟବିତ ଭାବରେ ଶ୍ରୀ ମିଶ୍ର ବିଭିନ୍ନ ସମୟରେ ଅନେକ ପଦପଦବୀ ମଣ୍ଡନ କରିଥିବା ବେଳେ ବର୍ତ୍ତମାନ ସଂପ୍ରତି ସେ ବୀରମହାରାଜପୁର ଆର୍ ଏମ୍ ସି ର ନିର୍ଦ୍ଦେଶକ ଅଛନ୍ତି ଓ ଚଳିତ ବର୍ଷ ଓଡ଼ିଶା ଗୃହନିର୍ମାଣ ନିଗମର ନିର୍ଦ୍ଦେଶକ ଭାବରେ ରାଜକୁମାର ମିଶ୍ର ନିର୍ବାଚିତ ହେବାରୁ ଜିଲ୍ଲାରେ ଏକ ଖୁସିରମାହୋଲ ସୃଷ୍ଟି ହେବାସହ ବିଭିନ୍ନ ସମବାୟ ପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ୧ନମ୍ବର ଜୋନ ର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମହାନ୍ତି ଙ୍କ ନେତୃତ୍ୱରେ ଶ୍ରୀ ମିଶ୍ର ଏହି ନିର୍ବାଚନ ଲଢ଼ି ଥିବାବେଳେ ବିଜେଡି ଦଳର ନେତା ଭାବରେ ଜିଲ୍ଲାରେ ସେ ବେଶ ଜଣାଶୁଣା । ପୂର୍ବ ରୁ ଶ୍ରୀ ମିଶ୍ର ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ ଙ୍କ ପ୍ରତିନିଧି ଭାବେ ଏ ଅଞ୍ଚଳ ଲୋକଙ୍କ ଉତ୍ତମ ସେବା ଦେଇଛନ୍ତି । ତାଙ୍କର ଏହି ବିଜୟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଉଭୟଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ ସମବାୟ ଗୃହ ନିର୍ମାଣ ନିଗମରେ ମୋଟ ୨୧ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିବାବେଳେ ଆସନ୍ତା ୧୯ତାରିଖରେ ଅଧ୍ୟକ୍ଷ ପଦପାଇଁ ଭୂବନେଶ୍ୱର ଠାରେ ନିର୍ବାଚନ ଅନୁଷ୍ଠିତ ହେବ ।