ଶ୍ରୀ ମୁକୁନ୍ଦାନନ୍ଦ ଜୀ ମହାରାଜା ଙ୍କ ଭାଗବଦୀୟ ପ୍ରବଚନ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ

0
534
ଶ୍ରୀ ମୁକୁନ୍ଦାନନ୍ଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣୁପୁର, (୫/୦୩) : ରାଧା ଗୋବିନ୍ଦ ଧାମ, ଗୁଣୁପୁର ଆନୁକୁଲ୍ୟରେ ପଞ୍ଚମ ଜଗଦ୍ ଗୁରୋତ୍ତମ୍ ଶ୍ରୀ କୃପାଳୁ ଜୀ ମହାରାଜା ଙ୍କ ବରିଷ୍ଠ ପ୍ରଚାରକ ଶ୍ରୀ ମୁକୁନ୍ଦାନନ୍ଦ ଜୀ ମହାରାଜା ଙ୍କ ଭାଗବଦୀୟ ପ୍ରବଚନ ଏବଂ ନାମ ସଂକୀର୍ତ୍ତନ ଗୁଣୁପୁର ସ୍ଥିତ ଭେଙ୍କଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲୁ ରହିଛି ।

ଶ୍ରୀ ମୁକୁନ୍ଦାନନ୍ଦ ଜୀ ମହାରାଜା ଙ୍କ ଦିବ୍ୟ ପ୍ରବଚନ ଓ ମଧୁର ସଂକୀର୍ତ୍ତନ ଗୁଣୁପୁର ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ସ୍ୱାର୍ଥପର ଦୁନିଆରେ ଯୁବ ସମାଜ ଆଜି ପଥଭ୍ରଷ୍ଟ ହୋଇପଡିଛି । ସେହି ପଥଭ୍ରଷ୍ଟ ମାନବ ମଧ୍ୟରେ ଦେବତ୍ୱର ଉଦୟ କରିବା ଲକ୍ଷ୍ୟରେ ରାଧା ଗୋବିନ୍ଦ ଧାମର ପ୍ରଚେଷ୍ଟା । “ମୁଁ କିଏ ମୋର ଲକ୍ଷ କ’ଣ ” ଏହି ପ୍ରସଙ୍ଗକୁ ନେଇ ଶ୍ରୀ ମୁକୁନ୍ଦାନନ୍ଦ ଜି ମହାରାଜ ଭକ୍ତ ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ସହରର ଶତାଧିକ ଶ୍ରଦ୍ଧାଳୁ ଭାଗ ନେଇ ଭାଗବତ ରସାମୃତ ପାନ କରିଥିଲେ । ରାଧା ଗୋବିନ୍ଦ ଧାମ ର ସଭାପତି ଶ୍ରୀ ସୈ।ଭାଗ୍ୟ ଚନ୍ଦ୍ର ପତିତ, କୋଷାଧ୍ୟକ୍ଷା ଶ୍ରୀମତୀ ମାଧୁରୀ ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପାତ୍ର ତଥା ହରିକୃଷ୍ଣ ସାହୁ, କୈଳାସ ଚନ୍ଦ୍ର ମିଶ୍ର ଓ ଅନ୍ୟାନ୍ୟ ସତସଙ୍ଗୀ ମାନେ ଏହି ଭାଗବତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।