ଉତ୍କଳ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
100
ଉତ୍କଳ ଶିକ୍ଷା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୩) : ଉତ୍କଳ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠାତା କ୍ଷୀର ସାଗର ବିଭାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍କଳ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଡ. ଅନିରୁଦ୍ଧ କୁରକୁରିଆ, ମୁଖ୍ୟ ବକ୍ତା ଯୁବ ଆଇନ ଜିବୀ ଅଦୈତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ସରସ୍ୱତୀ ଦାସ, ଅଧ୍ୟାପିକା ନୀଳିମା ପ୍ରଧାନ ସୋନପୁର ମହାବିଦ୍ୟାଳୟ, ଗୌରଚନ୍ଦ୍ର ନାଇକ ଆଦି ଅତିଥିମାନେ ସେବା ଓ ସମର୍ପଣ ଉପରେ ଦିଗନ୍ତ ଅଭିଭାଷଣ ରଖିଥିବାବେଳେ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା କିଛି ଶିକ୍ଷାର୍ଥୀ ପ୍ଲାବିନି ନାଇକ, ଅଭିଷେକ କୁମ୍ଭାର, ଆରାଧ୍ୟା ନାଇକ, ଅଂଶ ପାଢ଼ୀ, ବୀର ସଂଗ୍ରାମ କେଶରୀ ନାଇକ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପାତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା ।

ଚଳିତ ବର୍ଷ ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନୁଷ୍ଠାନ ର ଦୁଇ ଜଣ ଛାତ୍ରୀ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ରୀ କୁମାରୀ ବର୍ଣ୍ଣଳୀ ପ୍ରଧାନ ଓ ବେବି ବାଗ ଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମାଜସେବୀ ଶ୍ରୀ ସର୍ଜନ ବାରିକ ଙ୍କୁ ଉପଢୌକାନ ପ୍ରଦାନ କରାଯାଇଥିଲା । ଉପସ୍ଥିତ ସଭାରେ ଶିକ୍ଷକ ବୃଷଭ ସାହୁ, ବିଦ୍ୟା ସେଠୀ, ନୀଳକଣ୍ଠ କୁଆଁର, ପବିତ୍ର ସାହୁ, ଦୀନେଶ ପାଣ୍ଡଵ, ପୃଥିବୀ ବାଗ, ସଂଗ୍ରାମ କୁମ୍ଭାର,ଜ୍ୟୋତି ସାଗର ବିଭାର, ସହ ଶିକ୍ଷୟିତ୍ରୀ ସିନା ସାଗର, ସାଇଲକ୍ଷ୍ମୀ ଡାକୁଆ, ତପସ୍ୱିନୀ ମେହେର, ଅନିତା ଦଳବେହେରା, ଜ୍ୟୋସ୍ନାରାଣୀ ବିଭାର, ପ୍ରିୟଙ୍କା ବିଭାର ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶିକ୍ଷକ କରୁଣାକର ଖୁରା ଧନ୍ୟବାଦ ଅର୍ପଣ କରିଥିଲେ ।