ବୌଦ୍ଧରୁ ବିହାର ଚାଲାଣ ହେଉଥିଲା ଗଞ୍ଜେଇ

0
104
ବୌଦ୍ଧରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୧/୦୩) : ବୌଦ୍ଧରୁ ବିହାର ଗଞ୍ଜେଇ ଚାଲାଣ । ବୋଲେରୋରୁ ୧୦୫ କେଜିର ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ ।

ଗାଡିର ସିଟ୍ ତଳେ ସିକ୍ରେଟ୍ ଚାମ୍ୱର କରି ଅତି ଚତୁରତା ସହ ଗଞ୍ଜେଇ ଚାଲାଣ କରୁଥିଲେ । ତେବେ ଜବତ ଗଞ୍ଜେଇର ମୁଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ବୌଦ୍ଧରୁ ବିହାର ଗଞ୍ଜେଇ ଚାଲାଣ ହେଉଥିବାବେଳେ ଶାସନ ଟୋଲ ଗେଟରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହାକୁ କାବୁ କରିଛି । ଗାଡିରେ ୧ କୁଇଣ୍ଟାଲ ୫ କେକି ଗଞ୍ଜେଇ ଜବତ ସହ ୩ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ବର୍ଷକ ମଧ୍ୟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୧୭ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ୪୯ଟି ମାମଲା ରୁଜ୍ଜୁ ହୋଇଛି । ଏଥିରେ ୮୦ ଜଣ ଗିରଫ ହୋଇ କୋର୍ଟ ଚାଲାଣ କରିଛନ୍ତି । ୩୨ଟି ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ରହିଛି ।