ଓଡ଼ିଶାରେ ଚିନ୍ତା ବଢାଇଲା H3N2 ସଂକ୍ରମଣ

0
75
ଓଡ଼ିଶାରେ ଚିନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୦୩) : ଓଡ଼ିଶାରେ ଚିନ୍ତା ବଢାଇଲା H3N2 ସଂକ୍ରମଣ । ରାଜ୍ୟରେ ୫୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଲର୍ଟ ମୋଡରେ କେନ୍ଦ୍ର ସରକାର । ସଂକ୍ରମଣ ରୋକ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ପରେ ଦେଶରେ ଆତଙ୍କ ମଚାଇଛି H3N2 ଭାଇରସ୍ । କର୍ଣ୍ଣାଟକ ହରିଆନାରେ ୨ଜଣଙ୍କ ମୃତ୍ୟୁ ପରେ ଦେଶବ୍ୟାପି H3N2 ମାମଲା ଚିହ୍ନଟ । ଏଥିରୁ ବାଦ ପଡିନି ଓଡିଶା । ଓଡ଼ିଶାରେ ଚିନ୍ତା ବଢାଇଲା H3N2 ସଂକ୍ରମଣ । ଓଡିଶାରେ ୫୯ ସଂକ୍ରମିତ ହୋଇଥିବାର ଆସିଏମଆରସିର ସୂଚନା ଦେଇଛି । ୨୨୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୫୯ ଜଣ ପଜିଟିଭ ଚିହ୍ନଟ ହେବାପରେ ରାଜ୍ୟରେ ସତର୍କତା ଜାରି କରାଯାଇଛି ।

ସେପଟେ ପୁରା ଦେଶରେ ୩ ହଜାର ରୁ ଅଧୀକ ସଂକ୍ରମିତ ମାମଲା ସାମନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଯାଇଛି । ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଲୋକଙ୍କୁ କରୋନା ସମୟରେ ନିଆଯାଉଥିବା ସତର୍କତା ବା ଗାଇଡ ଲାଇନକୁ ପାଳନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଭଲରେ ମାସ୍କ ପିନ୍ଧିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ ପରାମର୍ଶ ଦିଆଯାଇଛି । ଫ୍ଲୁ ପରି ଅସୁସ୍ଥତା ଏବଂ ନିଶ୍ୱାଶ ପ୍ରଶ୍ୱାସ ଜନିତ ସମସ୍ୟା ର ଲକ୍ଷଣ ଥିଲେ ସାମ୍ପଲ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଡାକ୍ତରଖାନାରେ ଔଷଧ, ଅକ୍ସିଜେନ୍ ଓ ଆବଶ୍ୟକ ସରଞ୍ଜାମ ମହଜୁଦ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।