ଏନର୍ଜୀ ଡ୍ରିଙ୍କରେ ନିଶା ଦେଇ ଜିମ୍‌ ଟ୍ରେନରଙ୍କ ଦୁଷ୍କର୍ମ

0
98
ଏନର୍ଜୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୩/୦୩) : କଟକର ଏକ ଜିମ ଟ୍ରେନରଙ୍କ ନାଁ ରେ ଲଭ ସେକ୍ସ ଧୋକା ର ଅଭିଯୋଗ ଆଣିଲେ ଜଣେ ଯୁବତୀ । ପ୍ରଥେମ ଜିମ ରେ ଟ୍ରେନିଂ ପରେ ଏନର୍ଜୀ ଡ୍ରିଙ୍କ ରେ ନିଶା ଦେଇ ଦୁଷ୍କର୍ମ ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣାର ଶିକାର ହୋଇଛନ୍ତି କଟକର ଜଣେ ଯୁବତୀ ।

ଏଭଳି ଘଟଣା ଘଟିଛି କଟକ ସି ଡ଼ିଏ ୯ ଅଞ୍ଚଳରେ । ଜିମ ଟ୍ରେନର ନା ରେ ସଙ୍ଘତିକ ଅଭିଯୋଗ ଆଣି ମର୍କତ ନଗର ଥାନାର ଦ୍ୱାରସ୍ତ ହୋଇନ୍ତି ଜଣେ ଯୁବତୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ୧୬୧ ବୟାନ ରେକର୍ଡ କରିଛି । ଡାକ୍ତରି ମଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ୧୬୪ ବୟାନ ରେକର୍ଡ କରାଯିବ ବୋଳି କହିଛି ପୋଲିସ । ସେପଟେ ଉକ୍ତ ଜିମ କୁ ଯାଇ ପୋଲିସ ଛାନ ବିନ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଗତ ବର୍ଷ ଜାନୁଆରୀ ମାସରେ ଯୁବତୀ ଜଣକ ସିଡ଼ିଏ ୯ ରେ ଥିବା ଜଗରନଟ ଜିମ ରେ ଆଡ଼ମିଶନ କରିଥିଲେ । ସେହି ବର୍ଷ ଫେବ୍ରୁଆରୀ ମାସରେ ଟ୍ରେନର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଏବଂ ମାର୍ଚ୍ଚ ମାସ ରେ ଜିମ ରେ ଟ୍ରେନିଂ ଦେବା ବେଳେ ଏନର୍ଜୀ ଡ୍ରିଙ୍କ ରେ କିଛି ନିଶା ମିଶାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।

ଏବଂ ସେହି ସମୟର କିଛି ଆପତ୍ତି ଜନକ ଫଟୋ ଏବଂ ଭିଡିଓ କରି ଯୁବତୀ ଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ କରିଛନ୍ତି । ଏକଥା ସବୁ ଯୁବତୀ ଜାଣିବା ପରେ ଜିମ ଟ୍ରେନର ଯୁବତି ଙ୍କୁ ବିବାହ ପ୍ରତିଶ୍ରୁତି ଦେବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ବିବାହ ପାଇଁ ଯୁବତୀ ଜଣକ ଜିଦ ଧରିବା ରୁ ତାଙ୍କୁ ଜୀବନ ରୁ ମାରିଦେବା କୁ ଧମକ ଦେବା ସହ ଯୁବକ ର ମା ଗାଳି ଗୁଲଜ କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଯୁବତୀ ।