ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ସ୍ୱର୍ଣ୍ଣ ପଦକ ଜିତିଲେ ସ୍ନେହାଂସୀ

0
96
ରାଜ୍ୟସ୍ତରୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୪/୦୩) : ପୁରୀ ର ରେଲୱେ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ସ୍ନେହାସିଂ ନାଏକ ୨୫ କେଜି ବର୍ଗ ର ୩ ଜଣ ପ୍ରତିଯୋଗୀ ଙ୍କୁ ହରାଇ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ପ୍ରଥମ ହୋଇଥିବାରୁ ତାଙ୍କୁ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନିତ ହୋଇଛନ୍ତି । ଆସନ୍ତା ୨୫ ତାରିଖ ରାଜସ୍ତାନ ର କୋଟା ରେ ଜାତୀୟ ସ୍ତରରେ ଖେଳିବେ ବୋଲି ସେ କହିଛନ୍ତି । ସ୍ନେହାଂସୀ ହେଉଛନ୍ତି ବିନିକା ସହରର ଅନିଲ ନାଏକ ଏବଂ ଶ୍ରଦ୍ଧାଞ୍ଜଳି ନାଏକ ଙ୍କ ଝିଅ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହାଳରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ସେ ତାଙ୍କର ଏହି ସଫଳତା ପଛରେ ତାଙ୍କର ମା ବାପା ଏବଂ କୋଚ ଏହେଶାସ ହୋତା ଓ ଶୁଭମ ପଟ୍ଟନାୟକ ଙ୍କୁ ଶ୍ରେୟ ଦେଇଛନ୍ତି । ଆଗାମି ଜାତୀୟ ସ୍ତରରେ ମଧ୍ୟ ସେ ସଫଳତା ଆଣିବେ ବୋଲି ଦୃଢ ଇଚ୍ଛାଶକ୍ତି ରଖିଛନ୍ତି ।