ଏସ୍ ଆଇ ଟି ଏମ୍ ବଲାଙ୍ଗିର ରେ ଓ କେ ସି ଏ ଲ୍ ଉଡାନ ରଥ ର ଶୁଭାରମ୍ଭ

0
102
ଏସ୍ ଆଇ ଟି ଏମ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୪/୩) : ବଲାଙ୍ଗୀର ଏସ୍ ଆଇ ଟି ଏମ୍ କମ୍ପ୍ୟୁଟର ଅନୁଷ୍ଠାନ ରେ ଓ କେ ସି ଏଲ୍ ଉଡାନ ରଥ ର ଶୁଭାରମ୍ଭ ହୋଇ ଯାଇଛି ।

ଏସ୍ ଆଇ ଟି ଏମ୍ ର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ସାହୁ ଏହି କାର୍ଯକ୍ରମ କୁ ଆୟୋଜନ କରିଥିଲେ । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ସି ଆର ପି ଏଫ୍ ୧୭୯ ବି ଏନ ର କମାଣ୍ଡେଣ୍ଟ ଶ୍ରୀ ପୱନ କୁମାର ତିୱାରୀ ଏବଂ ରିଲାଏନ୍ସ ଏଜୁକେଶନ କମ୍ପ୍ଲେସ ର ଶ୍ରୀ ମନୋଜ କୁମାର ମିଶ୍ର ଯୋଗ ଦେଇ ଥିଲେ । ଓ ଏସ୍ ସି ଆଇ ଟି କୋର୍ସ ଦ୍ଵାରା ଯୁବ ପିଢ଼ି ଙ୍କୁ କିପରି ସରକାରୀ ନିଯୁକ୍ତି କ୍ଷେତ୍ର ରେ ଆବେଦନ କରିବାର ସୁଯୋଗ ମିଳିବ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ପାରିବେ ଏ ଦିଗରେ ଛାତ୍ର ଛତ୍ରୀ ଏବଂ ଯୁବ ପିଢ଼ି ଙ୍କୁ ଉତ୍ସାହିତ କରିଥିଲେ । ଏହି କୋର୍ସ ଓଡିଶା ସରକାର ଙ୍କ ଦ୍ଵାରା ସ୍ଵିକୃତି ପ୍ରାପ୍ତ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ବୈଷେୟିକ ଜ୍ଞାନକୌଶଳ ବୃଦ୍ଧି ନେଇ ଓଡ଼ିଶା ନାଲେଜ କର୍ପୋରେସନ ଲିମଟେଡର ଜରିଆରେ ତାଲିମ କାର୍ଯ୍ୟକ୍ରମ କୁ ରାଜ୍ୟ ସରକର ପ୍ରସାରିତ କରିଛନ୍ତି । ରାଜ୍ୟର ୫୦୦ ଟି କେନ୍ଦ୍ର ଜରିଆରେ ଯୁବବର୍ଗ ଙ୍କୁ ଓଡ଼ିଶା ଷ୍ଟେଟ ସାର୍ଟିଫିକେଟ ଇନ ଇନଫରର୍ମେଶନ ଏଣ୍ଡ ଟେକନୋଲୋଜି ତାଲିମ ପ୍ରଦାନ ସହ ରାଜ୍ୟ ରେ ନିଯୁକ୍ତି ର ଦ୍ୱାର ଖୋଲିଛି।