ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ୫ ଛାତ୍ରଛାତ୍ରୀ

0
99
ମଧ୍ୟାହ୍ନ ଭୋଜନ ଖାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୧୭/୦୩) : ମଧ୍ୟାହ୍ନ ଭୋଜନ ଖାଇ ୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଘଟଣ ।

ମଧ୍ୟାହ୍ନ ଭୋଜନ ଖାଇବା ପରେ ଝାଡାବାନ୍ତି ହୋଇଥିବା ସୂଚନା ମିଳିଛି । ୪ ଜଣ ଛାତ୍ର ଓ ଜଣେ ଛାତ୍ରୀକୁ ବିରମହାରଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବାବେଳେ ମଧ୍ୟାହ୍ନ ଭୋଜନ ଖାଇଥିଲେ । ମଧ୍ୟାହ୍ନ ଭୋଜନ ଖାଇ ୪ ଜଣ ଛାତ୍ର ଓ ଜଣେ ଛାତ୍ରୀ ଝାଡା ସହିତ ବାନ୍ତି ମଧ୍ୟ କରିଥିଲେ । ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଏବେ ଛାତ୍ରଛାତ୍ରୀ ମାନଙ୍କ ଅବସ୍ଥା ଠିକ ଥିଲେ ହେଁ ଜଣେ ଗୁରୁତର ଥିବାରୁ ତାଙ୍କୁ ସାଲାଇନ ଲାଗିଥିବା ଦେଖିବାକୁ ମିଳିଛି । ତେବେ ବିଦ୍ୟାଳୟର ରୋଷେୟାଙ୍କ ଅବହେଳାରୁ ଏଭଳି ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଖାଦ୍ୟରେ କଞ୍ଚା ତେଲ, କଞ୍ଚା ଆଳୁ ଭାସୁଥିବା ଛାତ୍ରଛାତ୍ରୀ ମାନେ କହୁଥିବା କହିଛନ୍ତି ଅଭିଭାବକ ।