ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

0
98
କଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୧୭/୦୩) : ନୂଆପଡା ତହସିଲରେ ଅଭାବନୀୟ ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଯୁବକ ଜଣକ ହେଉଛନ୍ତି ସଦର ବ୍ଲକ କଲ୍ୟାଣ ପୂର ଗାଁ’ର ଜଗଦୀଶ ଚୌହାନ । ଘଟଣାରେ ଯୁବକଙ୍କ ପୁରା ଶରୀର ଜଳି ଯାଇଛି । ଦୀର୍ଘ ଦିନ ହେବ ନିଜର ଜମି ପରମିସନ୍ ପାଇଁ ତହସିଲ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣକ । ବର୍ତ୍ତମାନ ଯୁବକ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।