୬ ଦିନର ଶିଶୁକୁ ତଣ୍ଟିଚିପି ହତ୍ୟା କଲା ମା !

0
103
୬

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୯/୦୩) : ୬ ଦିନର ଶିଶୁକୁ ତଣ୍ଟିଚିପି ହତ୍ୟା କଲା ମା ! କୁହାଯାଏ ମାଆ ଯାହାର ଅଛି, ସାହା ତାହାର ଅଛି । ମାଆ ସବୁ ବିପଦରୁ ରକ୍ଷା କରେ । ହେଲେ ମାଆ ଟିଏ ପିଶାଚୀ ପାଲଟିବା କଥା କଳ୍ପନା ବାହାରେ ।

ଏପରି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ସିଆରୋଇ ଗ୍ରାମରେ । ନିଜର ୨ୟ ଶିଶୁ କନ୍ୟା ଜନ୍ମ ହେବାରୁ ୬ ଦିନର ଶିଶୁ କନ୍ୟାକୁ ତଣ୍ଟି ଚିପି ପୋଖରୀକୁ ଫିଙ୍ଗି ଦେଇଥିଲା ଏହି ମାଆ । ଘଟଣା ଜାଣିପାରି କମର୍ଦ୍ଦା ପୋଲିସ ଓ sdpo ଦିଲ୍ଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁକନ୍ୟାକୁ ଉଦ୍ଧାର କରିବା ସହିତ ବାପା, ମାଆଙ୍କ ସମେତ ୨ ଜଣ ବଡ଼ବାପା, ବଡ଼ମାଆକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ୧୨ ଦିନ ପରେ ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତି କରି ଆଇପିସିର ୩୦୨ ଓ ୨୦୧ ଧାରା ମୁଳେ କମର୍ଦ୍ଦା ଥାନା କେସ ନଂ ୩୨/୨୩ ରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ହତ୍ୟାକାରୀକୁ ଚିହ୍ନଟ କରିଛି । ହତ୍ୟାକାରୀ ମାଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।