ଶିକ୍ଷକ ସମାଜ ତରଫରୁ ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

0
202
ଶିକ୍ଷକ ସମାଜ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୯/୦୩) : ଆଜିର ଏହି ସ୍ୱାର୍ଥପର ଦୁନିଆରେ ମନୁଷ୍ୟ ତାର ମାନବତ୍ୱ ହରାଇ ବସିଥିବା ବେଳେ ମୃତ ଶିକ୍ଷକଙ୍କ ପରିବାରକୁ ସହାୟତା କରିବାକୁ ଆଗେଇ ଆସିଛି ରାୟଗଡ଼ା ଜିଲ୍ଲା ଶିକ୍ଷକ ସମାଜ ।

ଶିକ୍ଷକ ସଙ୍ଗଠନ ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା କରିବା ସହ ମୃତକଙ୍କ ଅଫିସ କାଗଜପତ୍ର ଯଥା ପେନସନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ଫଳରେ ବର୍ଷ ବର୍ଷ ଧରି ପରିବାର ଲୋକ ପେନସନ ନ ପାଇ ଯେଉଁ ହଇରାଣ ହେଉଥିଲେ ତାହା ଦୂର ହୋଇପାରିବ ଏଥିରେ ସନ୍ଦେହ ନାହିଁ । ଅଫିସ କାଗଜ ପତ୍ର ହୋଇନପାରି କେତେ ଯେ ଶିକ୍ଷକ ନିଜ ପ୍ରାପ୍ୟ ପେନସନ ରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ତାହା ଅଛପା ନାହିଁ । ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ସହଯୋଗ କରାଯିବ ବୋଲି ଶିକ୍ଷକ ସମାଜ ତରଫରୁ ସୂଚନା ମିଳିଛି । ପ୍ରକାଶ ଥାଉ କି, ଗତ ତା: ୦୪.୦୩.୨୦୨୩ ରିଖ ଶନିବାର ଦିନ ମୁନିଗୁଡା ଉଚ୍ଚ ବିଦ୍ୟାଳୟ, ମୁନିଗୁଡାରେ କାର୍ଯ୍ୟରତ ଶିକ୍ଷକ ତଥା ଗୁଣପୁର ଅନ୍ତର୍ଗତ ପାଣ୍ଡରିଝୋଲି ଗ୍ରାମ ନିବାସୀ ରାମକୃଷ୍ଣ ଶବରଙ୍କର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ରାୟଗଡା ଜିଲ୍ଲା ଶିକ୍ଷକ ସମାଜ ତରଫରୁ ବରିଷ୍ଠ ସଦସ୍ୟ ଓ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସମବେଦନା ଜ୍ଞାପନ କରିବା ସହିତ ଜିଲ୍ଲାର ଶିକ୍ଷକ ମାନଙ୍କଠାରୁ ସଂଗୃହୀତ କିଛି ଅର୍ଥରାଶି ଉକ୍ତ ପରିବାରକୁ ସାନ୍ତ୍ଵନା ସ୍ୱରୂପ ପ୍ରଦାନ କରଯାଇଥିଲା । ଶିକ୍ଷକ ମାନଙ୍କ ଦ୍ଵାରା କରାଯାଇଥିବା ଏହି ଭଳି ପ୍ରେରଣାଦାୟୀ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ରାୟଗଡା ଜିଲ୍ଲା ଶିକ୍ଷକ ସମାଜର ଏଭଳି ସହାୟତା ଓ ସହାନୁଭୂତି ମୃତ ଶିକ୍ଷକଙ୍କ ପରିବାରକୁ ବରଦାନ ପାଲଟିଛି । ମୃତ ରାମକୃଷ୍ଣ ଶବରଙ୍କ ପରିବାର ଠାରୁ ଆରମ୍ଭ ହୋଇଥିବା ଏହି ସହାୟତା କାର୍ଯ୍ୟକ୍ରମ ଆଗାମୀ ଦିନରେ କେତେ ପାରିବାର ଉପକୃତ ହେଉଛନ୍ତି ଦେଖିବାକୁ ବାକି ରହିଲା ।