ମାଟୁପାଲି ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
115
ଅନୁଷ୍ଠିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୯/୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ଗାଁ’ରେ ନେହେରୁ ଯୁବ କେନ୍ଦ୍ର ସୋନପୁର ପକ୍ଷରୁ ଓ ମାଟୁପାଲି ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ ଆନୁକୂଲ୍ୟରେ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଶେଷ କରି ଗାଁ’ର ଏକମାତ୍ର ପୋଖରୀ କୁ ସଫେଇ କରାଯାଇଥିଲା । ଏଥିରେ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ଉପସ୍ଥିତ ଥିବା ବେଳେ ଯୁବକ ସଂଘ ର ସଦସ୍ୟ ଗଙ୍ଗାଧର ବାଘ, ଉଦ୍ଧବ ବାଘ, କୁଶ ମାଝୀ, ପ୍ରଶାନ୍ତ ମେଲ୍ଲୀ, ସୁଶାନ୍ତ ଠାକୁର, ପୀତବାସ ଭୁକ୍ତା ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।