ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଆହତ

0
76
ଆହତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା,(୨୨/୦୩) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁରେ ଆଜି ସାପ୍ତାହିକ ବଜାର ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୫୦ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଚାରିଜଣ ଅଧିକ ଗୁରୁତର ଅଛନ୍ତି । ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ଆହତମାନେ ଚିକିତ୍ସିତ ହେଉଛନ୍ତି । ମହୁମାଛି କାମୁଡ଼ିବାର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ । ବେଶୀ ଗୁରୁତର ହୋଇଥିଲା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରାଙ୍କୁ ସିଂଦେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି । ବର୍ତ୍ତମାନ ହାଟରେ ମଧ୍ୟ ଅବସ୍ଥା ସ୍ୱାଭାବିକ ରହିଛି ।