ଯାତ୍ରୀବାହୀ ବସ୍‌କୁ ପିଟିଲା ଟ୍ରକ, ୧୦ ଆହତ

0
89
ପିଟିଲା

ରିପୋର୍ଟ : ଓଡିଶା ନେବତ୍ସ ୨୪ ବ୍ୟୁରୋ //
ବୌଦ୍ଧ, (୨୨/୦୩) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସ୍‌କୁ ପିଟିଲା ଟ୍ରକ ।

ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଯାଇଛି । ସାହିଲ ନାମକ ଯାତ୍ରୀବାହୀ ବସ୍‌ ବଡ଼ମ୍ବାରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିବା ଜଣାପଡିଛି । ସେମାନେ ସୁସ୍ଥ ଥିବା ଜଣାପଡିଥିବା ବେଳେ ୪ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଯାଇଛି ।