ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ :୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନ

0
90
ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୩) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି ।WhatsApp Image 2023 03 24 at 21.47.27 ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ :୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନ

ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ଅବସରରେ ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି ଅଧ୍ୟକ୍ଷତା କରି ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ପ୍ରିନ୍ସିପାଲ ଟ୍ୟୁଟର କନକଲତା ବେହେରା, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଡିପିଏମ ବିଶ୍ଵମ୍ଵର ବେହେରା, ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ସରକାରୀ ମହିଳା ସ୍ଵସ୍ଥ୍ୟକର୍ମୀ ବା ତାଲିମ କେନ୍ଦ୍ରର ଛାତ୍ରୀ ମନୀଷା ସୁନା, ଶଶିପ୍ରିୟା ସାହୁ, ଜାମିନୀ ବରିହା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଉଲୁଣ୍ଡା ବ୍ଲକର ବିଶ୍ଵାମିତ୍ର କଲତା ଏବଂ ସାଥୀ ଲୋକନାଟକ ପରିବେଷଣ ପୂର୍ବକ ଯକ୍ଷ୍ମା ସମ୍ପର୍କିତ ସଚେତନତା ସୃଷ୍ଟି କରିଥିଲେ । ଯକ୍ଷ୍ମାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପାଳନତ୍ସୋବରେ ଅନ୍ୟମାନଙ୍କ ମଧ୍ୟରେ ତରଣୀସେନ ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ଶୋଭନା ଦାଶ, ହିତେଶ ତ୍ରିପାଠୀ, ଟିମ, ସୁବର୍ଣ୍ଣପୁରର ଚୁମକି ମିଶ୍ର, ସ୍ଵାସ୍ଥ୍ୟ କର୍ମଚାରୀ, ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଯୋଗଦେଇଥିଲେ ।