ବାଇକଡ଼ିକି ରୁ ଟଙ୍କା ଲୁଟ ଘଟଣା ରେ ଦୁଇ ଗିରଫ

0
84
ବାଇକଡ଼ିକି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୩) : ବାଇକଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣା ରେ ଆଜି ସୋନପୁର ପୁଲିସ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ପ୍ରକାଶ ଥାଉ ଯେ ଗତ ୬.୩.୨୩ ରେ ସୋନପୁର ବରୋଦା ବ୍ୟାଙ୍କ ରୁ ଖଲିଆପାଲି ଗାଁ ର ରୋହିତ କୁମାର ସାହୁ ଦୁଇ ଲକ୍ଷ ଟଙ୍କା ନେଇ ଗାଁ କୁ ଯାଉଥିବା ବେଳେ ବିନିକା ରୋଡ଼ ସ୍ଥିତ ହୋଟେଲ ଗ୍ରୀନପାର୍କ ଆଗରେ ଅଟକି ଅନ୍ୟମନସ୍କ ହୋଇ ପାଣି ବୋଟଲ କିଣିବା ସମୟରେ ବ୍ୟାଙ୍କ ରୁ ପିଛା କରୁଥିବା ଦୁଇ ଜଣ ଲୁଟେରା ଏକ ହୁଣ୍ଡା ୟୁନିକନ ବାଇକ ରେ ଆସି ଆଖି ପିଛୁଳାକେ ବାଇକଡ଼ିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଥିଲେ । ରୋହିତ ଏ ନେଇ ସୋନପୁର ଥାନା ରେ ଲିଖିତ ଅଭିଯୋଗ କଲା ପରେ ସୋନପୁର ପୁଲିସ ଘଟଣା ସ୍ଥଳ ର ସିସିଟିଭି ଆଧାରରେ ଓ ପ୍ରତ୍ୟକ୍ଷ ଦର୍ଶୀ ଙ୍କ ବୟାନ୍ ଆଧାର ରେ ଏ ଘଟଣା ର ଅନୁସନ୍ଧାନ ଜାରି ରଖିଥିଲା ।

ଲୁଟେରା ଆକାଶ ଦାସ ଓ ରଂଜିତ ରାଓ ଙ୍କୁ ଆସ୍କା ରୁ ଗିରଫ କରି ତାଙ୍କ ହୁଣ୍ଡା ବାଇକ OD 02AS -6921 ଓ ଦେଢ଼ ଲକ୍ଷ ଟଙ୍କା ଉଦ୍ଧାର କରିଥିବା ବିଷୟ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ରେ ଖୁଲାସା କରିଥିବା ଜଣାଯାଇଛି ଏବଂ ଏ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୋନପୁର ପୁଲିସ ର ସିରିଜ ସଫଳତା କୁ ଜିଲ୍ଲାବାସୀ ପ୍ରଶଂସା କରିଥିବା ବେଳେ ଏ କଳଙ୍କିତ ବରୋଦା ବ୍ୟାଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଙ୍କ ମାନଙ୍କ ଆଗରେ ଗ୍ରାହକ ଙ୍କୁ ସଚେତନତା କରିବା ପାଇଁ ବ୍ୟାଙ୍କ ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଲୋକେ ଦାବି କରୁଛନ୍ତି l ଆଜି ର ଏଇ ପ୍ରେସ ମିଟ ରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ଏସ୍ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ, ଓ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।