ଗଜପତି କଂଗ୍ରେସ ର ନାରାବାଜୀ

0
109
ଗଜପତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୩) : ଗତକାଲି ଗଜପତି କଂଗ୍ରେସ ତରଫରୁ ମୋଦୀ ଙ୍କ ବିରୋଧ ରେ ନାରାବାଜୀ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲା କଂଗ୍ରେସ ତରଫରୁ ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ନେତୃତ୍ୱରେ ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କ ସଭ୍ୟପଦ ରଦ୍ଧ ବିରୋଧ ରେ ବିଜେପି ଓ ମୋଦିଙ୍କ ଚକ୍ରାନ୍ତ ବିରୋଧ ଏହି ନାରାବାଜୀ ଓ ଆନ୍ଦୋଳନ କରାଯାଇଥିବା ଶ୍ରୀ ଗମାଙ୍ଗ ସୂଚନା ଦେଇଛନ୍ତି । ଦଳ ତରଫରୁ ଶ୍ରୀ ମୋଦି ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।