୩ଟନ ୩୦୦ କେଜି ଗଂଜେଇ ଜବତ, ପୋଲିସର ତଦନ୍ତ ଜାରି

0
96
୩ଟନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୭/୦୩) : ରାତ୍ରିରେ ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ନେଇ ମିଳିଛି ବଡ଼ ସଫଳତା । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ -ଥ୍ରୀ ଜଙ୍ଗଲରେ ଚଢ଼ାଉ କରି ୩ଟନ ୩୦୦ କେଜି ଗଞ୍ଜେଇ ଜବତ ହୋଇଛି ।

କୌଣସି ଆସାମୀ ଏଘଟଣାରେ ଧରା ପଡିନଥିବା ଜଣାପଡିଛି । ୩ଟନ ୩୦୦ କେଜି ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ବୋଲି ଚିତ୍ରକୋଣ୍ଡା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି । ଆସାମୀ ମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଁଚିବା ଦେଖି ଆସାମୀ ଘଟଣା ସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁଭିଧା ନେଇ ଫେରାର ହୋଇ ଯାଇଥିଲେ । ଜବତ ଗଞ୍ଜେଇକୁ ଆଜି କୌର୍ଟ ଚାଲାଣ କରାଯିବ । ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ ଗଞ୍ଜେଇରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକା ଛାନଭିନ୍ନ ଆରମ୍ଭ କରିଛି । ଏ ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ମୁକୁନ୍ଦ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।