ଆୟକର ବିଭାଗର ବଡ଼ ଧରଣର ଚଢ଼ଉ

0
104
ଆୟକର

ରିପୋର୍ଟ : ଓଡିଶା ନ୍ୟୁ ୨୪ ବ୍ୟୁରୋ //
ନୟାଗଡ଼, (୦୪/୦୪) : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ନେତା ବେଣୁଧର ପ୍ରଧାନଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ଚଢ଼ଉ

ଗତକାଲି ଚଢ଼ାଉ କରିଥିବା ବେଳେ ଆଜି ପୁଣି ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଆୟକର ବିଭାଗର ଏକ ଟିମ୍‌ ବିଜେଡ଼ି ନେତା ବେଣୁଙ୍କର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ସହ ତାଙ୍କ ଘରେ ଏବଂ କ୍ରସର ଉପରେ ଚଢ଼ଉ ଜାରୀ ରଖିଛି । ଚଢ଼ଉ ବେଳେ ଆୟକରବିଭାଗ ଗତକାଲି ବହୁ ଜରୁରୀ କାଗଜପତ୍ରକୁ ତନଖି କରିଥିଲା । ଆଜି ମେଟାଲିଷ୍ଟକ ଟିମ ଘରର କାନ୍ଥ ଆଦି ସ୍ଥାନ ରେଡ କରୁଥିବା ସୂଚନା ମିଳିଛି । ଏପରିକି କିଛି ନଗଦ ଟଙ୍କା ମଧ୍ୟ ଜବତ କରିଥିବା ସୂଚନା ମିଳିଛି । ବେଣୁଧରଙ୍କର ଫତେଗଡ଼ ବାସଭବନ ଓ ନିମାଣିରେ ଥିବା କ୍ରସରକୁ ଯାଇ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ରହିଛି । ବିଜେଡ଼ି ନେତା ବେଣୁଧର ପ୍ରଧାନଙ୍କ ସମେତ ୩ ଜଣଙ୍କ ମାଲିକାନାରେ ଥିବା ସ୍ୱୟଂ ସଦାଶିବ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ର କାଗଜପତ୍ର ଯାଞ୍ଚ କରୁଛି ଆୟକର ବିଭାଗ । ଅନ୍ୟପକ୍ଷରେ ଏହି ରେଡ ବେଳେ ଆୟକର ବିଭାଗକୁ ସହଯୋଗ କରୁଥିବା ସୂଚନା ଦେଇଛନ୍ତି ସ୍ୱୟଂ ସଦାଶିଵ କନଷ୍ଟ୍ରକସନର ଲୋକ ସମ୍ପର୍କ ଅଧିକାରି ।