ଗଚ୍ଛିତ ଥିବା ୨୦ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ ଘର ମାଲିକ ଫେରାର

0
142
ଗଚ୍ଛିତ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୦୪/୦୪) : ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ସାନ କିଛବ ଗ୍ରାମ ରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ ।WhatsApp Image 2023 04 04 at 11.27.11 ଗଚ୍ଛିତ ଥିବା ୨୦ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ ଘର ମାଲିକ ଫେରାର

ବିଶେଷ ସୂତ୍ର ରୁ ଖବର କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍.ଡି.ପିଓ ଙ୍କ ନେତୃତ୍ୱରେ ମାଛକୁଣ୍ଡ, ଯଲାପୁଟ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ସ୍ୱତନ୍ତ୍ର ଟିମ ଗଠନ କରି ବଡକିଚବ ଗ୍ରାମ ର ଦେବବଡ ନାୟକ ଙ୍କ ଘରେ ଗଚ୍ଛିତ ରଖା ଯାଇଥିବା ଗଞ୍ଜେଇ କୁ ଚଢାଉ କରିଥିଲେ । ପୋଲିସ ଆସିବା ଦେଖି ଦେବ ଏବଂ ଅନ୍ୟ ସହଯୋଗୀ ମାନେ ଫେରାର ହୋଇଯାଇଥିବା ବେଳେ ଘରକୁ ଯାଞ୍ଚ କରିବାରୁ ୯ ଟି ବସ୍ତାରେ ୨ କୁଇଁଣ୍ଟାଲ ଗଞ୍ଜେଇ ବାହାର କରିଥିଲେ । ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ପୋଲସ ସୂଚନା ଦେଇଛି । ଏବଂ ଫେରାର ଥିବା ଅନ୍ୟ ମାନ ଙ୍କୁ ଚି଼ହ୍ନଟ କରି ଏନ ଣ୍ଡି ପି ଏସ କେଶ ରେ ମାମଲା ରୁଜ୍ଜୁ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ମାଛକୁଣ୍ଡ ପୋଲିସ ।