ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୪) : ଟ୍ୱିଟର ରେ ବଡ଼ ପରିବର୍ତ୍ତନ । ବଦଳିଲା ଟ୍ୱିଟର ଲୋଗୋ । ନୀଳ ପକ୍ଷୀ ବଦଳ ରେ `ଡଗି’ ହେଲା ନୂଆ ଲୋଗୋ ।
ଟ୍ୱିଟର ର ଲୋଗୋ ବଦଳାଇଛନ୍ତି ଏଲନ ମସ୍କ । ଗତକାଲି ବିଳମ୍ବିତ ରାତି ରେ ଏ ପରିବର୍ତ୍ତନ କରାଯାଇଛି । ଏବେ ଆଉ ଟ୍ୱିଟର ରେ ନୀଳ ପକ୍ଷୀ ରହିବ ନାହିଁ । ଗତକାଲି ୟୁଜର୍ସମାନେ ଟ୍ୱିଟର ରେ ଏ ପରିବର୍ତ୍ତନ ଦେଖିଥିଲେ । ଯାହାକୁ ନେଇ ସମସ୍ତେ ଚିନ୍ତା ରେ ପଡ଼ି ଯାଇଥିଲେ । ହଠାତ୍ ଟ୍ୱିଟର ର ଲୋଗୋ ନୀଳପକ୍ଷୀ ଗାଏବ ହୋଇ ଯାଇଥିଲା । ତା ସ୍ଥାନରେ ଡଗି ବା ଏକ କୁକୁର ର ଫଟୋ ନଜର କୁ ଆସିଥିଲା । ଏହାର କିଛି ସମୟ ପରେ ନିଜେ ଏଲନ ମସ୍କ ଏନେଇ ଟ୍ୱିଟ କରି ସୂଚନା ଦେଇଥିଲେ ।