ସ୍ୱାମୀଙ୍କୁ କିରୋସିନି ଢାଳି ନିଆଁ ଲଗାଇଲା ସ୍ତ୍ରୀ

0
87

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୪/୦୪) : ସାମାନ୍ୟ କଳହକୁ ନେଇ ସ୍ୱାମୀଙ୍କୁ କିରୋସିନି ଢାଳି ନିଆଁ ଲଗାଇଲା ସ୍ତ୍ରୀ । ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇଛି ପତ୍ନୀ ।

ଏଭଳି ଏକ ଅଭାବନୀୟ ଘଟଣା ଆସିଛି ଗଞ୍ଜାମ ଭଞ୍ଜନଗର ଥାନା କୁଲାଡ଼ ଗାଁ’ରେ । ଗାଁ’ର ପ୍ରଫୁଲ ସାବତ ଗତ ଦୁଇଦିନ ହେଲା କୌଣସି କାରଣକୁ ନେଇ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ । ଆଜି ପ୍ରଫୁଲ୍ଲ ନିଜ ବାଡ଼ିରେ ବସିଥିବା ବେଳେ, ପଛପଟୁ ପତ୍ନୀ ପ୍ରମିଳା ସାବତ ପ୍ରଫୁଲ୍ଲଙ୍କ ଉପରେ କୋରିସିନି ଢାଳି ନିଆଁ ଲଗାଇଦେଇଥିଲେ । ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।