ମାର୍ଳବା ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

0
97
ମାର୍ଳବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୦୭/୦୪) : ମାର୍ଳବା ଘାଟିରୁ ବିପୁଳ ପରିମାଣ ର ଗଞ୍ଜେଇ ଜବତ । ଗଞ୍ଜେଇ ଆନ୍ତଃରାଜ୍ୟ ସ୍ଥାନାନ୍ତରିତ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ ।

ବିପୁଳ ପରିମାଣର ଗଞ୍ଜେଇ ସହ ଗଞ୍ଜେଇ ମାଫିଆକୁ ଅଟକ ରଖିଛି ଅବକାରୀ ବିଭାଗ । ଆଜି ସକାଳେ ଗଜପତି ଜିଲ୍ଲା ମୋହନ ଅବକାରୀ ବିଭାଗ ଟିମ୍ ଏବଂ ଅବକାରୀ ବିଭାଗ ମୋବାଇଲ ଟିମ ପେଟ୍ରୋଲିଙ୍ଗ କରୁଥିବା ଖବର ପାଇଥିଲେ । ଏକ ବଲୋର ପିକପ୍ ଗାଡ଼ିରେ (OR-N-25259) ଗଞ୍ଜେଇ ଯାଉଥିବାର ଖବର ପାଇ ଚଢ଼ାଉ କରିଥିଲେ । ସେହି ଗାଡ଼ି ଉପରେ ସିକ୍ରେଟ୍ ଚେମ୍ବର ଗାଡ଼ିର ଉପର ତଳେ କରାଯାଇଥିଲା । ଯେଉଁଥିରେ ମାର୍ଳବା ଘାଟିରୁ ବିପୁଳ ପରିମାଣ ର ଗଞ୍ଜେଇ ଜବତ ହୋଇଛି । ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ଜଣେ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ମୋହନ ଅବକାରୀ ବିଭାଗ ଅଧିକାରୀ ।