ଭାଇରାଲ ହେଲା ଅଶ୍ଲୀଳ ଭିଡିଓ

0
89
ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୭/୦୪) : ଫେସବୁକରେ ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଞ୍ଚଳର ପ୍ରକାଶ ସିଂହ ନାମକ ବିବାହିତ ଯୁବକ ବରହମପୁର ଥାନା ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ଅଶ୍ଳୀଳ ଭିଡିଓ ଫେସବୁକରେ ଭାଇରାଲ କରିଥିଲେ । ବ୍ଲାକମେଲ କରିକି ଲକ୍ଷାଧିକ ଟଙ୍କା ମାଗୁଥିଲେ । ଶେଷରେ ମହିଳା ଜଣଙ୍କ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗତକାଲି ଗିରଫ କରିଥିଲେ । ଆଜି ପୋଲିସ ପକ୍ଷରୁ ଅଭିଯୁକ୍ତକୁ ନୀଳଗିରି କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ନୀଳଗିରି ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି ।