ତିନି ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସୋନପୁର ପୁଲିସ

0
116
ତିନି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୪) : ଦିନ ଦ୍ୱିପହରରେ ସୋନପୁର ସହର ର ନିଛାଟିଆ ଜାଗାରେ ଲୋକ ଙ୍କ ପାଖରୁ ଲୁଟ ତରାଜ କରୁଥିବା ତିନି ଜଣ ଲୁଟେରା ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ସୋନପୁର ପୁଲିସ ।WhatsApp Image 2023 04 07 at 19.23.39 ତିନି ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସୋନପୁର ପୁଲିସ

ଘଟଣା ରୁ ପ୍ରକାଶ ଯେ ଅଭିଯୋଗ କାରୀ ସୁବଳୟା ଅଞ୍ଚଳ ର ମହେନ୍ଦ୍ର କର୍ଣ୍ଣ ଓ ବାଲାଙ୍ଗୀର ଅଞ୍ଚଳ ର ବିକାଶ ମଟାରୀ ଉଭୟ ଙ୍କ ଠାରୁ ୫ ତାରିଖ ଦିନ ଦ୍ୱିପହର ରେ ସର୍କିଟ ହାଉସ ରାସ୍ତାରେ ଲୁହା ରଡ଼ରେ ଭୟଭିତ କରାଇ ୨୭୦୦ ଟଙ୍କା, ଗୋଟାଏ ମୋବାଇଲ ଫୋନ ଓ ଫୋନ ପେ ମାଧ୍ୟମ ରେ ୫୩୧୦ ଟଙ୍କା ଜବରଦସ୍ତ କରି ନେଇ ଯାଇଥିଲେ । ଏହା ବ୍ୟତୀତ ୨୦ ଗୋଟି ଚୋରୀ ଲୁହା ରଡ଼ ମଧ୍ୟ ଜବତ ହୋଇଛି । ସୋନପୁର ପୁଲିସ ଘଟଣା ର ତଦନ୍ତ କରି ସ୍ଥାନୀୟ ଭଗବତୀ ପ୍ଲଟ ଅଞ୍ଚଳ ର ସୁମିତ କଂସାରୀ, ବିଶାଳ ଡୁଙ୍ଗୁରିଆ, ଆଶିଷ ବେହେରା ନାମକ ତିନି ଜଣ ଯୁବକ ଙ୍କୁ ଗିରଫ କରି ତାଙ୍କ ପାଖରୁ ୨୨୦୦ ନଗଦ ଟଙ୍କା, ମୋବାଇଲ ଫୋନ ଓ ଫୋନ ପେ ମଧ୍ୟମ ରେ ନେଇଥିବା ଟଙ୍କା ସବୁ ସହିତ ଲୁହା ରଡ଼ କୁ ମଧ୍ୟ ପୁଲିସ ଜବତ କରିଛି ।

ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ବିଷୟ ଏକ ପ୍ରେସମିଟ ରେ ସୋନପୁର ଏସ୍ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଓ ଆଇ ଆଇ ସି କୃଷ୍ଣଚନ୍ଦ୍ର ମେହେର ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ରୁ ସହର ରେ ଏଭଳି ନିଶା ଖୋର ଯୁବକ ମାନେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ତଥା ବାହାର ଲୋକ ଙ୍କୁ ଟାର୍ଗେଟ କରି ନିଛାଟିଆ ଜାଗା ମାନଙ୍କ ରେ ଲୁଟ ତରାଜ କରୁଥିବାରୁ ସହର ର ବୁଦ୍ଧିଜୀବୀ ତଥା ଅଭିଭାବକ ମାନେ ଚିନ୍ତିତ ଥିବା ଦେଖିବାକୁ ମିଳିଛି । ତେଣୁ ପୁଲିସ ପେଟ୍ରୋଲିଙ୍ଗ କୁ ଆହୁରି କଡା କଡ଼ି କରି ନିଶାଖୋର ଅସାମାଜିକ ଯୁବକ ଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସାମ୍ବାଦିକ ମାନେ ପ୍ରେସମିଟ ରେ ଏ ବିଷୟରେ ଉପସ୍ଥାପନା କରିଥିଲେ ।